Latest Odisha News

କୋଭିଡ ଭୟ, ସରକାରୀ ଅଫିସ ନଯିବାକୁ ଅନୁରୋଧ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସବ-ରେଜିଷ୍ଟ୍ରାର, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ ସରକାରୀ ଅଫିସ ନଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟ୍ୱିଟ କରି ଏଭଳି ଅନୁରୋଧ କରିଛନ୍ତି। ଏଥିସହିତ ସଂକ୍ରମଣ ରୋକିବା ପାଇଁ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି।

ଆହୁରି ମଧ୍ୟ ତୁରନ୍ତ ସହାୟତା ପାଇଁ ଜିଲ୍ଲା କିମ୍ବା ରାଉରକେଲା କଲ୍ ସେଣ୍ଟରକୁ କିମ୍ବା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ମେସେଜ କରିବା ଲାଗି ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.