Latest Odisha News

‘MAMI’ ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ର ଚେୟାରମ୍ୟାନ୍ ପଦରୁ ‘ବିଦାୟ’ ନେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ ସେ ଏହି ପଦବୀ ଗ୍ରହଣ କରିଥିଲେ।ଏହି ଅଭିଜ୍ଞତାକୁ ‘ସମୃଦ୍ଧ’ ବୋଲି କହି ଦୀପିକା କହିଛନ୍ତି ଯେ MAMI ସହିତ ତାଙ୍କର ବନ୍ଧନ ଆଜୀବନ ରହିବ।

ସୋମବାର ଦିନ ଦୀପିକା ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ କରିଛନ୍ତି। “MAMI ବୋର୍ଡରେ ରହିବା ଏବଂ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିବା ଏକ ନିଆରା ଅନୁଭୂତି ଥିଲା। ଜଣେ କଳାକାର ଭାବରେ, ମୁମ୍ବାଇକୁ ସାରା ବିଶ୍ୱରୁ ସିନେମା ଏବଂ ପ୍ରତିଭାକୁ ଏକାଠି କରିବା ଉତ୍ସାହଜନକ କାର୍ଯ୍ୟ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମୁଁ ହୃଦୟଙ୍ଗମ କରିସାରିଛି ‌ଯେ, ମୁଁ MAMI କୁ ଆବଶ୍ୟକ କରୁଥିବା ଧ୍ୟାନ ଦେବାରେ ଅସମର୍ଥ। ସେଥିପାଇଁ ଏହି ପଦରୁ ଇସ୍ତଫା ଦେଇଛନ୍ତି ଅଭି‌ନେତ୍ରୀ ଦୀପିକା ପାଦୁକୋନ।

Leave A Reply

Your email address will not be published.