Latest Odisha News

BREAKING NEWS

ପରଲୋକରେ ଦୂରଦର୍ଶନ ସମ୍ବାଦ ପାଠକ ସୁବୋଧ ନାୟକ

ଭୁବନେଶ୍ୱର : ଦୂରଦର୍ଶନ ଏବଂ ଆକାଶବାଣୀର ଲୋକପ୍ରିୟ ସମାଚାର ପାଠକ ସୁବୋଧ ନାୟକଙ୍କ ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି ।

ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।

ମିଳିଥିବା ସୂଚନାନୁଯାୟୀ ସୁବୋଧ ଦୀର୍ଘଦିନ ହେବ ଅସୁସ୍ଥ ରହିଥିଲେ । ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି ।

ଜଣେ ଉଚ୍ଚକୋଟୀର ଖବର ପାଠକ ଭାବେ ସୁବୋଧ ବେଶ ଜଣାଶୁଣା ଥିଲେ ।

ସ୍ୱର୍ଗତଃ ସୁବୋଧ ନାୟକ ଏକାଧାରରେ ଜଣେ କବି, ସମ୍ବାଦ ପାଠକ ତଥା ମଞ୍ଚ ଓ ଦୂରଦର୍ଶନ କଳାକାର ଥିଲେ ।

Leave A Reply

Your email address will not be published.