Latest Odisha News

BREAKING NEWS

ବନ୍ଦ ହେଲା କେଦାରନାଥ ପୀଠ କପାଟ, ୬ ମାସ ଯାଏଁ ଦର୍ଶନ କରିପାରିବେନି ଭକ୍ତ

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବା ବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି।

ଏହାପରେ ପ୍ରଭୁ ବଦ୍ରି ନାରାୟଣଙ୍କର ଦ୍ବାର ଶୀତକାଳୀନ ପାଇଁ ୬ ମାସ ବନ୍ଦ ରହିବ। ନଭେମ୍ବର ୧୭ ତାରିଖଠାରୁ ବଦ୍ରିନାଥ ମନ୍ଦିର ମଧ୍ୟ ବନ୍ଦ ରହିବ। ୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ଆସନ୍ତା ୫ ତାରିଖରେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ ହେବେ ପ୍ରଭୁ କେଦାରନାଥ । ଏହାପରେ ପୂରା ଶୀତ ଦିନରେ ସେଠାରେ ହିଁ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ। ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଆଗମନ ହୋଇଥିଲା। ଏହା ପୂର୍ବରୁ ଗତକାଲି ଗଙ୍ଗୋତ୍ରୀ ଧାମ କପାଟ ବନ୍ଦ ହୋଇଥିବା ବେଳେ ଆଜି କେଦାରନାଥ ଧାମ କପାଟ ବନ୍ଦ ହୋଇଛି। ଏହାପରେ ବଦ୍ରିନାଥ କପାଟ ବନ୍ଦ ହେବ ବୋଲି ଜଣାଯାଇଛି।

 

Comments are closed.