ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଡଟ୍ ଫେଷ୍ଟର ଗୁରୁବାର ଥିଲା ୫ମ ଦିନ । ଆଜିର ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ୧୨ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ସଙ୍ଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା । ସେହିପରି ଲୋକପ୍ରିୟ ସଙ୍ଗୀତଜ୍ଞ ଉସ୍ତାଦ ତୌଫିକ୍ କ୍ୟୁରେଶ, ଓଜାସ୍ ଆଧିୟା ଓ ଓଡିଆ ଗାୟିକା ସୁସ୍ମିତା ଦାସ ନିଜ ସଙ୍ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ଆନ୍ତର୍ଜାତୀୟ ପ୍ରଦର୍ଶନକାରୀ ଲୁଇସ୍ ବ୍ୟାଙ୍କ୍ସ, ଜର୍ଜ ବ୍ରୁକ୍ସ ଓ ଜିନେଥ୍ ୱେଂଟିଙ୍କ୍ ରାତିର ଉତ୍ସାହକୁ ଆହୁରି ବୃଦ୍ଧି କରିଥିଲେ ।
ଏହି ଅବସରରେ ଆୟୋଜିତ ଫୁଡ଼୍ ଫେଷ୍ଟିବାଲରେ ମଧ୍ୟ ଅସମ୍ଭାଳ ଭିଡ଼ । ଭିନ୍ନ ଭିନ୍ନ ଦେଶର ଲୋକେ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଫ୍ଲି ମାର୍କେଟ୍ରେ ସପିଙ୍ଗ୍ର ମଜା ନେଉଛନ୍ତି । ସେହିପରି ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍ରେ ଆୟୋଜିତ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ ଏହି ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
BREAKING NEWS
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
Comments are closed.