Latest Odisha News

BREAKING NEWS

ସେନା-ସେନା ଫାଇଟ: ମୁମ୍ବାଇରେ ଦୁଇଟି ଦଶହରା ରାଲି

ମୁମ୍ବାଇ: ଚଳିତ ବର୍ଷ ଦଶହରାରେ ମୁମ୍ବାଇରେ ଶିବସେନାର ଦୁଇଟି ଦଶହରା ରାଲି ହେବାକୁ ଯାଉଛି । ଉଦ୍ଧବଙ୍କ ଶିବସେନା ଶିବାଜୀ ପାର୍କରେ ରାଲି କରିବେ । ଏକନାଥ ସିନ୍ଦେଙ୍କ ଶିବସେନା ବିକେସି ପଡିଆରେ ରାଲି କରିବେ । ଦୁଇ ଶିବସେନା ନିଜକୁ ଅସଲି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଏଥର ଲକ୍ଷାଧିକ ଶିବସେନା ତାଙ୍କ ରାଲିକୁ ଆସିବେ ଏବଂ ଭାଗନେଇ ଘରକୁ ଫେରିବେ । ବିଧାୟକ ଏବଂ ସାଂସଦମାନେ ମଧ୍ୟ ତାଙ୍କ ରାଲିରେ ଉପସ୍ଥିତ ରହିବେ  । ଶିବ ସୈନିକଙ୍କ ଆସିବା , ରହିବା , ଖାଇବା ବ୍ୟବସ୍ଥା ବିଧାୟକମାନେ ନେଇଛନ୍ତି ।

ଏକନାଥଙ୍କ କହିବା କଥା ବାଲ ଠାକରେଙ୍କ ଆଦର୍ଶରେ ତାଙ୍କ ଦଳ ଚାଲିଛି । ଯେଉଁମାନେ ବାଲ ଠାକରେଙ୍କ ବିଚାରଧାରାକୁ ବିଶ୍ବାସ କରନ୍ତି ସେମାନେ ତାଙ୍କ ସହ ଅଛନ୍ତି । ସବୁ ନେତା କର୍ମୀ ଏବେ ତାଙ୍କ ସହ ଯୋଡି ହୋଇଥିବା ସିନ୍ଦେ କହିଛନ୍ତି । ନିର୍ବାଚନ କମିଶନ ଆଗକୁ ତାଙ୍କ ଦଳକୁ ମଧ୍ୟ ମାନ୍ୟତା ଦେବେ ବୋଲି ସେ ବିଶ୍ବାସ ରଖିଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଉଛି ଏହି ଦଶହରାରେ ଦୁଇ ଶିବସେନା ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଲାଗିପଡିଛନ୍ତି । ହାତରେ ମାତ୍ର ଦୁଇଦିନ ଥିବା ବେଳେ କାହା ରାଲି ସଫଳ ହେବ ତାକୁନେଇ ଆଲୋଚନା ଜାରି ରହିଛି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ପ୍ରଥମ ବଡ଼ ରାଲି । ମହାରାଷ୍ଟ୍ରର ବିଭିନ୍ନ ଅଂଚଳରୁ ହଜାର ହଜାର ଶିବସୈନିକ ଆସିବା ପାଇଁ ତାଙ୍କ ସରକାର ଲାଗିପଡିଛନ୍ତି । ସେପଟେ ଶିବାଜୀ ପାର୍କରେ ଦଶହରା ରାଲି ସଫଳ କରିବା ପାଇଁ ଆଦିତ୍ୟ ଠାକରେ ଲାଗିପଡିଛନ୍ତି । ତେବେ କାହା ଦଶହରା ରାଲିରେ କେଉଁ ନେତା ଯୋଗ ଦେଉଛନ୍ତି ତାହା ଆଉ ଦୁଇଦିନ ପରେ ଦେଖାଯିବ ।

Leave A Reply

Your email address will not be published.