Latest Odisha News

BREAKING NEWS

କଟକରେ ଡବଲ ମର୍ଡର, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଗ୍ରାମାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଜଣେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଦମ୍ପତିଙ୍କୁ କେହି ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଦମ୍ପତିଙ୍କ ଝିଅ ଗତକାଲି ରାତିରେ ଘରକୁ ଫୋନ୍ କରିଥିଲେ ମଧ୍ୟ କେହି ଉତ୍ତର ଦେଇନଥିଲେ । ଫଳରେ ସେ ଜଣେ ପଡୋଶୀଙ୍କୁ ଏସମ୍ପର୍କରେ ଜଣାଇଥିଲେ । ପରେ ସମ୍ପୃକ୍ତ ପଡୋଶୀ ଜଣକ ତାଙ୍କ ଘରକୁ ଯାଇଥିବା ବେଳେ ସେମାନଙ୍କ ରକ୍ତଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ । ପରବର୍ତ୍ତୀ ସମୟରେ ଏନେଇ ପୋଲିସକୁ ଅବଗତ କରାଯାଇଥିଲା ।

ତେବେ ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.