Latest Odisha News

BREAKING NEWS

ପୂର୍ବତନ ବିଧାୟକଙ୍କ ଡବଲ୍ ମର୍ଡ଼ର୍ ଘଟଣା: ଅନୁପ ସାଏ, ଡ୍ରାଇଭର୍ ରାୟଗଡ଼ କୋର୍ଟରେ ହାଜର ହେଲେ

ରାୟଗଡ଼/ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଛିତିଶଗଡ଼ ରାଜ୍ୟର ରାୟଗଡ଼ ସ୍ଥାନୀୟ କୋର୍ଟରେ ପୋଲିସ ପକ୍ଷରୁ ହାଜର କରାଯାଇଛି ।

ରାୟଗଡ଼ ଏସପି ସନ୍ତୋଷ କୁମାର ସିଂହ ସୂଚନାଦେଇ କହିଛନ୍ତି ଯେ, କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅଙ୍କ ଡବଲ୍ ମର୍ଡ଼ର୍ ହତ୍ୟା ଘଟଣାରେ ଅଧିକ ପଚରାଉଚରା ଲାଗି ପୋଲିସ ପକ୍ଷରୁ ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଅଣାଯିବ ।

ଆଜି ସକାଳେ ରାୟଗଡ଼ ପୋଲିସ ପକ୍ଷରୁ ସବ-ଇନିସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ଟିମ୍ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଯାଇ ବିମାନବନ୍ଦର ନିର୍ଦ୍ଦେଶକ ଭି ଭି ରାଓଙ୍କ ସହିତ ଆଲୋଚନା କରିଛନ୍ତି ।

ପୋଲିସ ଏହି ଘଟଣା ସମ୍ପର୍କରେ ଏବଂ କେଉଁ ବିଷୟରେ ଜାଣିବାକୁ ଚାହିଁଥିଲେ ତାହା କହିବାକୁ ସ୍ପଷ୍ଟ ମନା କରିଦେଇଥିଲେ ବିମାନବନ୍ଦର ନିର୍ଦ୍ଦେଶକ । ଏୟାରଲାଇନ୍ ମ୍ୟାନେଜରଙ୍କଠାରୁ ସମସ୍ତ ସୂଚନା ନେବାକୁ ନିର୍ଦ୍ଦେଶକ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ଶ୍ରୀ ରାଓ ।

ଭୁବନେଶ୍ୱର ଆସିବାର କାରଣ ସମ୍ପର୍କରେ ରାୟଗଡ଼ ପୋଲିସ ଏସଆଇ ମଧ୍ୟ କିଛି କହିବାକୁ ମନା କରିଦେଇଥିଲେ ।

ଏୟାରପୋର୍ଟ ସୂତ୍ରରୁ ଜଣାପଡ଼ିଛି ଯେ, ଅନୁପ ସାଏ ଭୁବନେଶ୍ୱର ବିମାନବନ୍ଦର ଦେଇ ଅନ୍ୟ କେଉଁ ସ୍ଥାନକୁ ଯାଇଥିଲେ ତାହାର ସମ୍ପୂର୍ଣ୍ଣ ବିବରଣୀ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହିଁଥିଲେ ।

ଏଠାରେ ସୂଚନାଯୋଗ୍ୟ, ତଦନ୍ତ କରିବା ପରେ ରାୟଗଡ଼ ପୋଲିସ ଜାଣିବାକୁ ପାଇଥିଲେ ଯେ, କଳ୍ପନା ଦାସ ଏବଂ ଅନୁପ ସାଏ ଏହି ବିମାନବନ୍ଦର ଦେଇ ବିଭିନ୍ନ ରାଜ୍ୟକୁ ଯାଇଥିଲେ ।

ଇତିମଧ୍ୟରେ, ରାୟଗଡ଼ ପୋଲିସ ଟିମ୍ ବ୍ରଜରାଜନଗରରେ ପହଞ୍ଚି ଏହି ଡବଲ୍ ମର୍ଡ଼ର୍ ଘଟଣାରେ ଅନେକ ସୂଚନା ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.