Latest Odisha News

BREAKING NEWS

ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଅମର ସିଂହ, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି । ଅମର ନିଜ ବାପାଙ୍କ ପୂଣ୍ୟତିଥି ଅବସରରେ ମଙ୍ଗଳବାର ଟ୍ୱିଟ୍ ମାଧ୍ୟମରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ସେ ଲେଖିଛନ୍ତି, ମୁଁ ଦେଇଥିବା ଟିପ୍ପଣୀ ପାଇଁ ପଶ୍ଚାତାପ କରୁଛି । ଈଶ୍ୱର ତାଙ୍କୁ ଏବଂ ତାଙ୍କ ପରିବାରଙ୍କୁ ଭଲରେ ରଖନ୍ତୁ ବୋଲି ସେ କହିଝନ୍ତି ।

ଅମର ସିଂହ ବର୍ତ୍ତମାନ ଖରାପ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି । ୨୦୧୭ରେ ଅମର ସିଂହ ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାପରେ ଅମିତାଭ ଏବଂ ଅମରଙ୍କ ମଧ୍ୟରେ ଥିବା ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଆଜି ଅମର ସିଂହ ଟ୍ୱିଟ୍ କରି ଅମିତାଭଙ୍କୁ କ୍ଷମା ମାଗିଛନ୍ତି ।

Leave A Reply

Your email address will not be published.