Latest Odisha News

ହମୀରପୁର ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ପୋଲିସ

ରାଇଗଡ: କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ହତ୍ୟା ମାମଲାରେ ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ଛତିଶଗଡ ପୋଲିସ । ମେ ୭, ୨୦୧୬ ମସିହାରେ ହମୀରପୁର ଜଙ୍ଗଲରେ ମାଆ, ଝିଅଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି । ଏହି ମାମଲାରେ ଆହୁରି ଲୋକଙ୍କ ସମ୍ପୃକ୍ତିକୁ ନେଇ ପୋଲିସ ଖୋଳତାଡ କରୁଛି ।

ରାଇଗଡରେ ଏକ ପ୍ରେସମିଟରେ ବିଳାସପୁର ରେଞ୍ଜ ଆଇଜି ଦୀପାଂଶୁ କାବ୍ରା କହିଛନ୍ତି, “ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ଏହା ଏକ ବ୍ଲାଇଣ୍ଡ ମର୍ଡର ହୋଇଥିବାରୁ ଅଧିକ ପ୍ରମାଣ ଯୋଗାଡ କରୁଛୁ । ଅଭିଯୁକ୍ତର ନାର୍କୋ ଟେଷ୍ଟ କରିବାକୁ ଚାହୁଁଛୁ । ଆମେ ଆଶା କରୁଛୁ ଯେ, କୋର୍ଟ ଏଥିପାଇଁ ଅନୁମତି ଦେବ ।”

ବୁଧବାର ଦିନ ରାଇଗଡ ଏଡିଜେଏମ୍ କୋର୍ଟ ଅନୁପ ସାଏଙ୍କ ୩ ଦିନିଆ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ଦେଇଛି । ଏବଂ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୧ ଦିନ ପାଇଁ ରିମାଣ୍ଡର ଅନୁମତି ଦେଇଛି ।

Leave A Reply

Your email address will not be published.