Latest Odisha News

BREAKING NEWS

ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ

ଝାରସୁଗୁଡା: ୭ ମେ’, ୨୦୧୬ ମସିହାରେ ହମୀରପୁର ଜଙ୍ଗଲରେ କଳ୍ପନା ଦାସ(୩୨) ଓ ତାଙ୍କ ୧୪ ବର୍ଷୀୟ ଝିଅର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପେ।।ଲିସ ଗିରଫ କରିଥିଲା । ତେବେ ଗତ ରାତିରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପୋଲିସ ଉଠାଇ ନେଇଛି ଓ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖିଛି ।

୧୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ପଚରାଉଚୁରା ବେଳେ ଅନୁପ ସାଏ ନିଜ ଡ୍ରାଇଭରଙ୍କ ନାଁ କହିଥିଲେ ବୋଲି ରାୟଗଡ ଏସପି ସନ୍ତୋଷ ସିଂହ ଗତକାଲି ପ୍ରେସ ମିଟିଂରେ କହିଥିଲେ ।

ହମୀରପୁର ଅଂଚଳର କିଛି ଲୋକ ତିନି ମାସ ପୂର୍ବରୁ ଏହି ଅଂଚଳରେ ବର୍ଦ୍ଧନ ଟପ୍ପୋଙ୍କୁ ଦେଖିଥିବା କହିଛନ୍ତି ।

“ଡବଲ ମର୍ଡରର ଅଭିଯୁକ୍ତଙ୍କୁ ଅତିଶୀଘ୍ର ରିମାଣ୍ଡରେ ନିଆଯିବ । ଆମେ କୋର୍ଟକୁ ଅନୁରୋଧ କରିବୁ ଯେ, ପଚରାଉଚୁରା କରିବା ପାଇଁ ଓ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦିଅନ୍ତୁ”, ରାୟଗଡ ଏସପି କହିଛନ୍ତି ।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ଦୋଷ ସ୍ୱୀକାର କରିବା ପରେ ଅନୁପ ସାଏଙ୍କୁ ଶୁକ୍ରବାର ସନ୍ଧ୍ୟାରେ ରାୟଗଡ ଜେଲ ପଠାଇଦିଆଯାଇଛି ।

Leave A Reply

Your email address will not be published.