Latest Odisha News

BREAKING NEWS

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ସନ୍ଦେହ; ଇମେଲରେ ପଠାଯିବ ପ୍ରଶ୍ନ

ସମ୍ବଲପୁର: ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ଆଜିର ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ଆଜି ବିଭିନ୍ନ କଲେଜକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ଇମେଲରେ ପ୍ରଶ୍ନ ପଠାଯିବ ବୋଲି ସୂଚନା ମିଳିଛି । ପ୍ରଶ୍ନପତ୍ର ଡାଉନଲୋଡ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପରୀକ୍ଷା ପାଇଁ କଲେଜ ଗୁଡିକୁ ପ୍ରଶ୍ନପତ୍ର ପଠାଯିବ । କିଛି ଅସାଧୁ ବ୍ୟକ୍ତି ଏଭଳି କାର୍ଯ୍ୟ କରୁଥିବା ନେଇ ପରୀକ୍ଷା ନିୟନ୍ତ୍ରକ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଥିଲା ।

Leave A Reply

Your email address will not be published.