Latest Odisha News

ପାର୍କିଂରୁ ଡବଲ ମର୍ଡର ଘଟଣା: ଗଠନ ହେଲା ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ, ୪ ଅଟକ

ଭୁବନେଶ୍ୱର: ଗାଡି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଏହି ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତା ଓ ପାର୍କିଂ ନେଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ରଶ୍ମି ରଞ୍ଜନ ଓ ସମ୍ବିତ ସ୍ଥାନୀୟ ଅଞ୍ଚଳର ଏକ କୋଠାଘରେ ରହୁଥିଲେ। ଉଭୟଙ୍କର ଚିକେନ ଦୋକାନ ରହିଛି। ସେହିପରି ହତ୍ୟାକାରୀ ଦୁଇଜଣ ହେଲେ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ତେବେ ଏହି ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ। ଏନେଇ ସ୍ୱତନ୍ତ୍ର ଟିମ ଗଠନ କରି ରେଡ କରିଛି ଏୟାରଫିଲଡ଼ ଥାନା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂ ନେଇ ବିବାଦ ହୋଇଥିଲା।

କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିବା ଜଣାପଡିଛି। ହତ୍ୟାପରେ ଗଣେଷ ଓ ସହଯୋଗୀ ପ୍ରଦୀପ ମଲ୍ଲିକ ଫେରାର ହୋଇଛନ୍ତି। ଗଣେଷଙ୍କ ପତ୍ନୀ ଏବଂ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡର ଚଢାଉ ଜାରି ରହିଛି।

Comments are closed.