Latest Odisha News

BREAKING NEWS

କେନ୍ଦୁଝର: ଗୁଣିଗାରେଡ଼ି ସନ୍ଦେହରେ ଡବଲ ମଡ଼ର୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନେଙ୍କଡ଼ାପାଲୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳା ଓ ତାଙ୍କ ପୁତୁରାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ମୃତକମାନଙ୍କ ମଧ୍ୟରେ ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡା ରହିଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ବାସିନ୍ଦା ରାମ ମୁଣ୍ଡାଙ୍କ ଝିଅ ଦେହ ବାରମ୍ବାର ଖରାପ ହେଉଥିଲା । ପରେ ତାଙ୍କ ଝିଅକୁ ଗୁଣିଗାରେଡି କରାଯାଉଥିବା ସନ୍ଦେହ କରି ଗତକାଲି ସଂଘବଦ୍ଧ ଭାବେ କିଛି ଲୋକ ସୁବାସ ଓ ଚେତନକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ରାମ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଥିବାନେଇ ସୁତ୍ରରୁ ପ୍ରକାଶ।

ତେବେ ଏଯାବତ୍ ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.