Latest Odisha News

BREAKING NEWS

ଭାରତୀୟ ବଜାରରେ ପ୍ରବେଶ କଲା ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଗଷ୍ଟ ୨୦ ମଙ୍ଗଳବାର ଦିନ ପ୍ରବେଶ କରିଛି ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ । ଏହାସହ ଏଥିରେ ରହିଛି ୫ହଜାର ଏମଏଚର ବ୍ୟାଟେରୀ । ଯାହାର ବଜାର ମୂଲ୍ୟ ରଖାଯାଇଛି ମାତ୍ର ୧୦ହଜାର ଟଙ୍କା । ଜାଣନ୍ତୁ ଏହି ଫୋନ ବାବଦରେ..

ରିଅଲମି ଆଜି ତାର ଦୁଇଟି ସ୍ମାର୍ଟଫୋନ ‘ରିଅଲମି-୫’ ଏବଂ ‘ରିଅଲମି ୫ପ୍ରୋ’କୁ ବଜାରରେ ପ୍ରବେଶ କରାଇଛି । ରିଅଲମିର ସିଇଓ ମାଧବ ସେଟ୍ଟ ଏନେଇ ସୂଚନା ଦେଇଛନ୍ତି।

ମାଧବ କହିଛନ୍ତି ଯେ, ରିଅଲମି ଚାରୋଟି କ୍ୟାମେରା ସହ ମାତ୍ର ୧୦ହଜାର ଟଙ୍କା ମୂଲ୍ୟରେ ଭାରତରେ ପ୍ରଥମ ଥର ପାଇଁ ବିକ୍ରି ହେବ।

ଏହି ଫୋନରେ କ୍ବାଲାକମର ସ୍ନାପଡ଼୍ରାଗନ୍ ୬୬୫ପ୍ରୋସେସର ମିଳିବ। ଏମିତି ପ୍ରୋସେସର ଥିବା ଫୋନ ଏପର୍ଯ୍ୟନ୍ତ ଭାରତରେ କୌଣସି କମ୍ପାନୀ ଲଞ୍ଚ କରିନାହିଁ ବୋଲି ସିଇଓ ମାଧବ ସୂଚନା ଦେଇଛନ୍ତି ।

ଏହା ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରେ ଉପଲବ୍ଧ ହେବାନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.