Latest Odisha News

BREAKING NEWS

ବଲିଉଡ ପାଇଁ ବଢୁଛି ଦୁଷ୍କର୍ମ ଭଳି ମାମଲା: ଇମ୍ରାନ୍ ଖାନ୍‌

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବଲିଉଡକୁ ନେଇ ଭିନ୍ନ ବୟାନ ଦେଇଛନ୍ତି । ବଲିଉଡ ପାଇଁ ଦୁଷ୍କର୍ମ ଭଳି ମାମଲା ବଢୁଛି ବୋଲି ଇମ୍ରାନ୍ ଆକ୍ଷେପ କରିଛନ୍ତି ।

ଏକ ଘରୋଇ ଟିଭି ଚାନେଲରେ ଦେଇଥିବା ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ ବଲିଉଡ ଫିଲ୍ମରେ ଚିତ୍ରିତ ହେଉଥିବା ଅଶ୍ଲିଳ ଓ ଖରାପ କମେଣ୍ଟ ଯୋଗୁଁ ଦୁଷ୍କର୍ମ ବଢୁଛି । ଏପରିକି ଦିଲ୍ଲୀ ଏବେ ରେପ୍ କ୍ୟାପିଟାଲ୍ ହୋଇଯାଇଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣମାଧ୍ୟମ ଜନତାଙ୍କୁ ପ୍ରଭାବିତ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ୪୦ ବର୍ଷ ପୂର୍ବେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ସହ ଏବେକାର ଫିଲ୍ମ ଗୁଡିକ ସହିତ ତୁଳନା କରନ୍ତୁ । ସେହି ଫିଲ୍ମର ସବୁ ପ୍ରଭାବ ଦେଖନ୍ତୁ ।

ତେବେ ଗତ ସପ୍ତାହରେ ଲାହୋର ନିକଟ ହାଇୱେ ଠାରେ ଦୁଇ ଛୁଆଙ୍କ ଆଗରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ଘଟଣାକୁ ଚାରି ଆଡେ ବିରୋଧ କରାଯାଉଛି ।

ଏହି ଘଟଣାରେ ଇମ୍ରାନ କହିଥିଲେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରାଯାଇ ରାସ୍ତାକଡରେ ଫାଶୀରେ ଝୁଲାଇ ଦିଆଯାଉ । ନଚେତ୍ କେମିକାଲ୍ ବ୍ୟବହାର କରାଯାଇ ସେମାନଙ୍କୁ ନଂପୁସକ କରାଯାଉ ବୋଲି କହିଥିବା ଡନ୍ ନ୍ୟୁଜ୍ ପେପର ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.