Latest Odisha News

BREAKING NEWS

ଫୁଟବଲ ମ୍ୟାଚ ଅବସରରେ ଦଳଚକଟା ୧୨ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ:ଏଲ ସାଲଭାଡୋରର କସ୍କାଟଲନ ଷ୍ଟାଡିୟମରେ ଏକ ଦୁଃଖଦ ଘଟଣା ଘଟିଛି । ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ରୁ ଅଧିକ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରବେଶ ଦ୍ୱାର ବନ୍ଦ ହେବା ସତ୍ୱେ ଅନେକ ଦର୍ଶକ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ମ୍ୟାଚର ୧୬ ମିନିଟ ପରେ ଏହି ଦୁଃଖଦ ଘଟଣା ଘଟିଥିଲା । ପରେ ମ୍ୟାଚକୁ ବନ୍ଦ କରି ଦିଆ ଯାଇଥିଲା । ରାଷ୍ଟ୍ରପତି ନୟିବ ବୁକଲେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ସହ ଭବିଷ୍ୟତରେ ଯେପରି ଏ ଭଳି ଘଟଣା ନ ଘଟିବ ସେଥିପ୍ରତି ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ସ୍ଥାନୀୟ ପୋଲିସ ଆରମ୍ଭ କରିଛି । ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ । ଆଲିୟାଞ୍ଜା ଏଫସି ଓ ଡିର୍ଫୋଟିଭୋ ମଧ୍ୟରେ ମ୍ୟାଚ ଆୟୋଜିତ ହେଉଥିଲା ।

Leave A Reply

Your email address will not be published.