Latest Odisha News

BREAKING NEWS

ଆଉ ୫ ଦିନ କାଳବୈଶାଖି; ତାପମାତ୍ରାରେ ପରିବର୍ତ୍ତନ ନାହିଁ

ଭୁବନେଶ୍ୱର: ଆହୁରି ୫ ଦିନ ଏପରି ତାତି ଲାଗି ରହିବ । ୫ ଦିନ ଭିତରେ ତାତି କମବାର କୌଣସି ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ବଳବତ୍ତର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଅପରାହ୍ନରେ   ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନ ୪୦ ରୁ ୫୦ କିମି ସମ୍ଭାବନା ଥିବାରୁ, ଛୋଟ ଡ଼ଙ୍ଗା ରେ ଯାତାୟାତ ରୁ ନିବୃତ ରହିବ ପାଇଁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଗାମୀ ୫ ଦିନ ପାଇଁ ଖରାତାତିରୁ ନିସ୍ତାର ନାହିଁ । ତେବେ ଆଉ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ବି ରହିଛି । ଏ ନେଇ କିଛି ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝଡବାତ୍ୟା ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

୨୨ ତାରିଖ ସକାଳ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କନ୍ଧମାଳ, ଖାେର୍ଦ୍ଧା, କଟକ, ନାୟଗଡ, ଗଜପତି, ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଏଠାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ତେବେ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ବି ହୋଇପାରେ ।

ସେହିପରି ୨୨ ତାରିଖ ସକାଳୁ ୨୩ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷେ ଆସନ୍ତା ମେ’  ୨୩ ତାରିଖ ପାଇଁ ଗଜପତି, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟ ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ଥିଲା  ୪୩ ଡ଼ିଗ୍ରୀ  ।  ସେହିପରି ହୀରାକୁଦରେ ୪୧.୮ ଡ଼ିଗ୍ରୀ,  ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ ଚାନ୍ଦବାଲିରେ  ୪୦ ଡ଼ିଗ୍ରୀ,  ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରୀ,  ବାଲେଶ୍ୱରରେ  ୩୫.୮ ଡ଼ିଗ୍ରୀ,  କେନ୍ଦୁଝରରେ  ୩୫.୪ ଡ଼ିଗ୍ରୀ,  ପୁରୀରେ ୩୪ ଡ଼ିଗ୍ରୀ,  ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ତାପମାତ୍ରା ୩୩.୨ ଡ଼ିଗ୍ରୀ ସେଲସିଅସ ରହିଛି ।

Leave A Reply

Your email address will not be published.