Latest Odisha News

BREAKING NEWS

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ: ୪୦ରୁ ଊର୍ଦ୍ଧ୍ୱ ଆହତ

କାବୁଲ: ଆଫଗାନିସ୍ତାନରେ ଏକ କାରରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ତାଲିବାନ ପକ୍ଷରୁ କରାଯାଇଥିବା ଅଲଜଜୀରା ପକ୍ଷରୁ କୁହାଯାଇଛି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ଆଫଗାନ ସରକାରଙ୍କ ପକ୍ଷରୁ କରାଯାଇ ନାହିଁ । ଉତ୍ତର ଅଫଗାନିସ୍ତାନର ସାମଗନ ଅଞ୍ଚଳରେ ସୋମବାର ଏକ କାରରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ଏହି ଘଟଣା ପରେ ଅଫଗାନ୍ ସୁରକ୍ଷାବଳ ଓ ଅନ୍ୟ ଆକ୍ରମଣକାରୀଙ୍କ ଭିତରେ ଗୁଳିକାଣ୍ଡ ହୋଇଥିଲା ।

ବିସ୍ଫୋରଣରେ  ଅତି କମରେ ୪୩ ଜଣ ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଅଧିକାଂଶ ସାଧାରଣ ନାଗରିକ ଓ ଶିଶୁ ରହିଛନ୍ତି । ପ୍ରାଦେଶିକ ପରିଷଦର ଡେପୁଟି ହେଡ୍ ମହମ୍ମଦ ହାସିମ୍ ସରୱାରୀ କହିଛନ୍ତି, ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଏହି ଅଞ୍ଚଳରେ କିନ୍ତୁ ତାଲିବାନ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି ଓ ନିକଟରେ ଏଭଳି ଆକ୍ରମଣ କରିସାରିଛନ୍ତି ।

Leave A Reply

Your email address will not be published.