Latest Odisha News

BREAKING NEWS

କର୍ପୋରେଟ୍ ସେକ୍ଟରକୁ ଆଇସୋଲେସନ ଅନୁମତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ କରୋନା ରୋଗୀଙ୍କୁ ହୋମ୍ ଆଇସୋଲେସନ ପାଇଁ ସରକାର ଅନୁମତି ଦେଇଛନ୍ତି । ଏଥିସହ ଜିଲ୍ଲା, ଉପଖଣ୍ଡ ଓ ସଦର ମହକୁମାରେ ମଧ୍ୟ ପୃଥକବାସ ରହିହେବ । ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ସରକାର । ବିଶେଷ କରି କର୍ପୋରେଟ୍ ସେକ୍ଟରକୁ ମଧ୍ୟ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିଛି ।

ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନୀକୁ ମଧ୍ୟ ପୃଥକବାସର ସୁବିଧା ମିଳିବ । ସେହିପରି ସମସ୍ତ ବ୍ୟବସ୍ଥା ଥିବା କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାକୁ ମଧ୍ୟ ଅନୁମତି ମିଳିବ । ଏଥିସହ ଧାର୍ମିକ ଅନୁଷ୍ଠାନ, ବଡ ଆଧ୍ୟ୍ୟାତ୍ମିକ କମିଟି, ଆପାର୍ଟମେଂଟ୍‌, ଏନଜିଓ ସମେତ ବନ୍ଦର, ପିଏସୟୁ, ସିଏପିଏଫ୍‌, ଏନଡିଆରଏଫ୍‌, ପୋଲିସ ଓ ଅଗ୍ନିଶମ ସଂସ୍ଥାକୁ ବି ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିପାରିିବ । ଆବଶ୍ୟକ ହେଲେ ରାଜ୍ୟ ସରକାର ତାଲିମ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.