ଇଣ୍ଡୋନେସିଆ: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୬୫ଜଣଙ୍କୁ ନେଇ ଯାଉଥିବା ଏକ ଜାହାଜ ରାତିରେ ବୁଡିଯାଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଲୋକଙ୍କ ସନ୍ଧାନ ଅଭିଯାନ ଜାରି ରହିଛି ।
ସୂଚନାଥାଉକି, ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରୁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଅଭିମୁଖେ ଯାଉଥିବା ବେଳେ ଯାତ୍ରୀବାହୀ ଜାହାଜଟି ସ୍ଥାନୀୟ ସମୟ ପ୍ରାୟ ରାତି ୧୧.୨୦ ସମୟରେ ବାଲି ନିକଟରେ ବୁଡ଼ି ଯାଇଥିଲା।
ଏହି ସମୟ ମଧ୍ୟରେ ସମୁଦ୍ରରେ ଦୁଇ ମିଟର ଉଚ୍ଚ ଢେଉ ଉଠିବାରେ ଲାଗିଥିଲା ଯାହା ଫଳରେ ଉଦ୍ଧାରକାରୀ ଦଳଙ୍କୁ ସନ୍ଧାନ ଅଭିଯାନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଜାତୀୟ ସନ୍ଧାନ ଏବଂ ଉଦ୍ଧାର ସଂସ୍ଥା କହିଛି ଯେ ସମସ୍ତ ନିଖୋଜ ଲୋକଙ୍କୁ ଖୋଜା ନଯିବା ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ।
କେଏମପି ଟୁନୁ ପ୍ରତମା ଜୟା ନାମକ ଏହି ଜାହାଜ, ପୂର୍ବ ଜାଭାସ୍ଥିତ କେତାପଙ୍ଗ ବନ୍ଦରରୁ ବାଲିର ଗିଲିମାନୁକ ବନ୍ଦରକୁ ପଚାଶ କିଲୋମିଟର ଦୂର ଯାତ୍ରା କରୁଥିଲା। ଯାତ୍ରା ଆରମ୍ଭ କରିବାର ପ୍ରାୟ ତିରିଶି ମିନିଟ୍ ପରେ ଏହା ବୁଡ଼ି ଯାଇଥିଲା। ଜାହାଜରେ ପ୍ରାୟ ୫୩ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ଏବଂ ୨୨ଟି ଯାନ ମଧ୍ୟ ଥିଲା, ସେଥିରେ ଅନେକ ଟ୍ରକ୍ ମଧ୍ୟ ରହିଥିଲା।
Comments are closed.