ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ନଦୀରେ ଭାସୁଛି ମୃତଦେହ । ବକ୍ସର ପରେ ୟୁପି, ବିହାର ସୀମାର ଗହମର ଗାଁ ନିକଟ ଗଙ୍ଗା ନଦୀରୁ ୧୨ରୁ ଅଧକ ମୃତଦହେ ମିଳିଛି । ଏତେ ସଂଖ୍ୟାରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟର ଭୟ ସୃଷ୍ଟି ହୋଇଛି ।
ଉତ୍ତରପ୍ରଦେଶର ଗାଜିପୁରର ଗହମର ଥାନା ଅଞ୍ଚଳରେ ଏକାଧିକ ଶବ ମିଳିଛି । ବିହାର ପଟୁ ପ୍ରବାହିତ ଗଙ୍ଗା ନଦୀରେ ଏକାଧିକ ମୃତଦେହ ଭାସି ଆସି କୂଳରେ ଲାଗିଛି । ଫଳରେ ଅଞ୍ଚଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେବା ସହ ସଂକ୍ରାମକ ରୋଗର ଡର ସୃଷ୍ଟି ହୋଇଛି ।
ହିନ୍ଦୁ ଧର୍ମକୁ ମାନୁଥିବା ଲୋକ ୨ ପ୍ରକାରର ଅନ୍ତିମ ସଂସ୍କାର କରିଥାନ୍ତି । ଗୋଟିଏ ଜୁଇ ଜାଳି ଅନ୍ୟଟି ଜଳରେ ଭସାଇ ଦେଇ । କୁହାଯାଇଛି ଅଧିକାଂଶ ଲୋକ ଏବେ ନଦୀରେ ଶବକୁ ଭସାଇ ଦେଉଛନ୍ତି ।
Comments are closed.