Latest Odisha News

ଦେଶରେ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ କମ୍, ସୁସ୍ଥ ହେଲେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗତ ଦୁଇ ଦିନ ହେବ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ସାଢ଼େ ୩ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୯ହଜାର ୯୪୨ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୬୬ହଜାର । ଗତକାଲି ୧୪ଲକ୍ଷ ୭୪ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଗତ ୨୪ ଘଣ୍ଟାରେ ୧୮ ଲକ୍ଷ ୫୦ହଜାର ଟେଷ୍ଟ ହୋଇଛି ।

ସେହିପରି ଦୁଇ ଦିନ ହେବ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ହଜାର ତଳେ ରହିଛି । ଆଜି ଆଉ ୩ହଜାର ୮୭୬ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗତକାଲି ମୃତ୍ୟୁସଂଖ୍ୟା ଥିଲା ୩ହଜାର ୭୫୪ । କରୋନା ଆକ୍ରାନ୍ତଙ୍କ ମୋ୍ଟ୍ ସଂଖ୍ୟା ୨କୋଟି ୨୯ଲକ୍ଷ ୯୨ହଜାର ପାର କରିଥିବା ବେଳେ ମହାମାରୀରେ ଗଲାଣି ୨ଲକ୍ଷ ୪୯ହଜାର ୯୯୨ ଜୀବନ ।

ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଅଧିକ ହୋଇଛନ୍ତି । ଦିନକରେ ଆରୋଗ୍ୟ ଲାଭ କରିଛନ୍ତି ୩ଲକ୍ଷ ୫୬ହଜାର ୮୨ ଆକ୍ରାନ୍ତ । ଏବେ ଦେଶରେ ୩୭ଲକ୍ଷ ୧୫ହାଜରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।

୧୦ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ହରିୟାଣାରୁ କେବଳ ୭୪ପ୍ରତିଶତ ଦୈନିକ ଆକ୍ରାନ୍ତ ବାହାରୁଛନ୍ତି । ତେବେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣ ୫୦ହଜାରୁ ୩୭ହଜାରକୁ ଖସିଛି ।

Leave A Reply

Your email address will not be published.