Latest Odisha News

ବଂଲାଦେଶରେ ଜାଳିଦେଲେ କୋରାନ; ଉତ୍ତେଜନା, ୧୪ ପୋଲିସ ଆହତ

ଢାକା:ଡେନମାର୍କ ଓ ସ୍ୱୀଡେନରେ କୋରାନ ଜଳାଇବା ଘଟଣାର ତାତି ଲିଭି  ନ ଥିବାବେଳେ ମୁସଲିମ ବହୁଳ ବାଂଲାଦେଶରେ କୋରାନ ଜାଳି ଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ମିଳିଥିବା ସୂଚନା ଅନୁଯାଇ, ୨ ଜଣ ଲୋକ ମିଶି କୋରାନର ଏକାଧିକ ପୁସ୍ତକ ଜାଳି ଦେଇଛନ୍ତି । ଏହାକୁ ବିରୋଧ କରି ୧୦ ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି । ସୋମବାର ପୁଲିସ ଅଫିସର ଅଜବହାର ଅଲି ଶେଖ ନିଉଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି, କୋରାନ ଜାଳିବା ଘଟଣାକୁ ବିରୋଧ କରି ୧୦ ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ଜଣେ ପୋଲିସ  ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଘଟଣାକୁ ନେଇ ମାରପିଟ ମଧ୍ୟ ହୋଇଥିଲା ।ଏଥିରେ ଅନେକ ଆନ୍ଦୋଳନକାରୀ ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅତିକମରେ ୧୪ ଜଣ ପୋଲିସ ଏହି ଘଟଣାରେ ଆହତ ହୋଇଛନ୍ତି । ତେବେ କେତେ ବିକ୍ଷୋଭକାରୀ ଆହତ ହୋଇଛନ୍ତି ତାହା ଜଣାପଡି ନାହିଁ ।

ଅନ୍ୟପକ୍ଷେ କୋରାନ ଜାଳିଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ନେଇଛି । ତେବେ ପୁରୁଣା ହୋଇ ଯାଇଥିବାରୁ ଏମାନେ ଏକାଧିକ କୋରାନ ଜାଳି ଦେଇଥିବା କହିଛନ୍ତି ବୋଲି ପୋଲିସ କହିଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏକ ସ୍କୁଲର ଅଧ୍ୟକ୍ଷ  । ପୋଲିସ ଜଳି ଯାଇଥିବା ୪୫ କପି ଜବତ କରିଛି ।

ସୂଚନାଥାଉ କି, ବଂଲାଦେଶର ଜନ ସଂଖ୍ୟା ୧୭ କୋଟି । ସେଥିପରୁ ୯୦ ପ୍ରତିଶତ ମୁସଲମାନ ଏବଂ  ୧୦ ପ୍ରତିଶତ ମୁସଲମାନ ଓ ଇସାଇ ।

Comments are closed.