ନୂଆଦିଲ୍ଲୀ: ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ୨ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଛି । ଏନେଇ ଜଣାପଡ଼ିବା ପରେ ସ୍କୁଲକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇଦେଇଛନ୍ତି ସ୍କୁଲ କତ୍ତୃପକ୍ଷ । ସେପଟେ ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ଆଜି ସକାଳ ୭.୦୦ଟା ସମୟରେ ପଶ୍ଚିମ ବିହାରର ଡିପିଏସ୍ ଆରକେ ପୁରମ୍ ଏବଂ ଜିଡି ଗୋଏଙ୍କା ସ୍କୁଲର କତ୍ତୃପକ୍ଷଙ୍କୁ ବୋମା ଧମକ ମିଳିଥିଲା। ସେତେବେଳେ ଅଧିକାଂଶ ପିଲାମାନେ ବିଦ୍ୟାଳୟରେ ପହଞ୍ଚିସାରିଥିଲେ । ଏନେଇ ଖବର ମିଳିବା ପରେ ପିଲାମାନଙ୍କୁ ପ୍ରଥମେ ଘରକୁ ପଠାଇ ପୋଲିସକୁ ସୂଚନା ଦେଇଥିଲେ ବିଦ୍ୟାଳୟ କତ୍ତୃପକ୍ଷ । ଖବରପାଇ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଦିଲ୍ଲୀର ସ୍କୁଲ, ବିମାନବନ୍ଦର, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ବୋମାରେ ଉଡେଇଦେବା ମେଇ ଧମକ ଦେବା ଜାରି ରହିଛି । ନିକଟରେ ଦିଲ୍ଲୀ, ରୋହିଣୀର ଏକ ଘରୋଇ ବିଦ୍ୟାଳୟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏହା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ କରିଥିଲେ କିନତୁ କୌଣସି ବୋମା ମିଳିନଥିଲା । ପରେ ଏହା ମିଛ ବୋଲି ଜଣାପଡିଥିଲା ।
Comments are closed.