Latest Odisha News

BREAKING NEWS

୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର

ଉତ୍ତରାଖଣ୍ଡ: ୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର । ଏହା ଶୁଣିଲେ ଟିକେ ଖଟ୍‌କା ଲାଗିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଉତ୍ତରାଖଣ୍ଡର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ଏପରି କରି ଦେଖାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ସରକାରଙ୍କ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି ।

ଉତ୍ତରାଖଣ୍ଡର ଉଦହମ୍ ସିଂ ନଗରର ବରିଷ୍ଠ ଡାକ୍ତର ଅଶ୍ୱନୀ କୁମାର ଚୌବେ । କିଚାରେସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ । ୨୦୦୩ ମସିହାରେ ସେ ପ୍ରଥମେ ଶ୍ରୀନଗରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେଠାରେ ୬ ବର୍ଷ କାର୍ଯ୍ୟ କରିବା ପରେ ୨୦୦୯ରେ ଉତ୍ତରାଖଣ୍ଡକୁ ବଦଳି ହୋଇଗଲେ । ନିଜ ଜୀବନକୁ ବାଜି ଲଗାଇ ସେ ଦିନରାତି ରୋଗୀ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ସେଠାରେ ଲୋକମାନେ ତାଙ୍କୁ ଭଗବାନଙ୍କ ପରି ମାନିଥାନ୍ତି । ଏଠାରେ ୯ ବର୍ଷ ସେବା ଯୋଗାଇବା ପରେ ୨୦୧୮ ମସିହାରେ ଅଶ୍ୱନୀ ଉଦହମ ସିଂ ନଗର ଜିଲ୍ଲାର କିଚାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଲେ । ତାଙ୍କ ପାଖକୁ ଯାଉଥିବା ରୋଗୀ ବହୁ ଶୀଘ୍ର ଭଲ ହୋଇଥାନ୍ତି ବୋଲି ଲୋକଙ୍କ ଭରସା । ସେଥିଲାଗି ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ରୋଗୀମାନେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥାନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଥର ସମ୍ମାନିତ ମଧ୍ୟ ହୋଇଛନ୍ତି ଅଶ୍ୱନୀ ।

ଡ଼ାକ୍ତର ଅଶ୍ୱନୀ କୁହନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୩୦,୦୦୦ ରୁ ଅଧିକ ନାବାଳକ ଏବଂ ୨୦,୦୦୦ ବୟସ୍କଙ୍କ ଛୋଟବଡ଼ ଅସ୍ତ୍ରୋପଚାର କରିସାରିଲେଣି । ୨୦୧୮ ମସିହାରେ ସେ କିଚାରେସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସିଲେ ଏହା କେବଳ ରେଫରାଲ୍ ସେଣ୍ଟର ଭାବରେ ତିଆରି କରାଯାଇଥିଲା । ଏଠାକାର ରୋଗୀମାନେ ଅସ୍ତ୍ରୋପଚାର ପାଇଁ ବଡ ବଡ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଥିଲେ । ଏଠାରେ ସର୍ଜନ ଡ଼ାକ୍ତର ନ ଥିବାରୁ ରୋଗୀ ବହୁତ ଅସୁବିଧା ଭୋଗୁଥିଲେ । ଏହି ସମସ୍ୟା ଦୂର ପାଇଁ ମୁଁ ଉଚ୍ଚ ପଦାଧିକାରୀ ତଥା ସ୍ଥାନୀୟ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲି । ଖୁବ୍‌ଶୀଘ୍ର ଏହି ସମସ୍ୟା ଦୂର ହୋଇଗଲା । ଏଠାରେ ଛୋଟବଡ଼ ଅସ୍ତ୍ରୋପଚାର ପାଇଁ ସମସ୍ତ ବ୍ୟବସ୍ଥା ବି କରାଗଲା । ଏହାପରେ ସେ ପ୍ରତିଦିନ ୫ ରୁ ୬ ଛୋଟ ବଡ ଅପରେସନ୍ କରିବା ଆରମ୍ଭ କଲେ । ଡ଼ାକ୍ତର ଅଶ୍ୱନୀ ଉନ୍ନତମାନର ଚିକିତ୍ସା ସେବା ଯୋଗାଉଥିବାରୁ ବିଭିନ୍ନ ଜିଲାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀଙ୍କ ସୁଅ ଛୁଟିଛି ।

Leave A Reply

Your email address will not be published.