Latest Odisha News

BREAKING NEWS

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଭିଡିଓ । ଉତ୍ତର ପ୍ରଦେଶ ଲଳିତପୁରର ଟେକରି ଗାଁ । ଏଠାରେ ଅସ୍ଥାୟୀ କୋଭିଡ-୧୯ ହସପିଟାଲ କରାଯାଇଛି । ଭାଇରାଲ ହୋଇଥିବା ଫଟୋରେ ଦେଖାଯାଇଛି ଯେ, କରୋନା ରୋଗୀ ହସ୍ପିଟାଲ ଛାତ ଉପରୁ ଦଉଡି ପକାଉଛନ୍ତି ଏବଂ ସେହି ଦଉଡିରେ ବାନ୍ଧି ମଦ ଦିଆଯାଉଛି । କରୋନା ରୋଗୀ ଏହାକୁ ବେଶ୍ ଆରାମରେ ନେଉଛନ୍ତି । ଗାଁର କିଛି ଲୋକଙ୍କ କହିବା କଥା ହେଉଛି, ପ୍ରଥମେ ପ୍ରଥମେ ରୋଗୀଙ୍କ ସମ୍ପର୍କୀୟ ଦଉଡି ମାଧ୍ୟମରେ ଖାଇବା ସାମଗ୍ରୀ ଦେଉଥିଲେ । ପରେ କିଛି ସମ୍ପର୍କୀୟ ରୋଗୀଙ୍କୁ ମଦ ପଠାଉଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିରେ ଏଭଳି ଦୃଶ୍ୟ ଭାଇରାଲ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, କୋଭିଡ୍ ହସପିଟାଲର ସୁରକ୍ଷା ଦାୟିତ୍ୱ ପୋଲିସ ହାତରେ ରହିଛି । ହସ୍ପିଟାଲ ପରିସରରେ ପୋଲିସ ବି ରହିଛି । ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାରି ଭିତରେ କୋଭିଡ ହସ୍ପିଟାଲରେ ରୋଗୀଙ୍କ ପାଇଁ ମଦ ମିଳିବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

Leave A Reply

Your email address will not be published.