Latest Odisha News

BREAKING NEWS

ଉପ ରାଜ୍ୟପାଳ ଶପଥ ସମାରୋହ ଅଧାରୁ ଉଠି ପଳାଇ ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହରେ ଏମପି ଡ.ହର୍ଷବର୍ଦ୍ଧନଙ୍କୁ ଅସମ୍ମାନିତ କରାଯାଇଛି । ତାଙ୍କ ବସିବା ପାଇଁ ଯେଉଁ ସିଟ ମିଳିଥିଲା ସେଥିରେ ସେ ରାଗିକରି ଶପଥ ସମାରୋହରୁ ପଳାଇ ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଜ୍ୟପାଳଙ୍କ ନିକଟରେ ସେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି । ଏହି ଘଟଣା ପରେ ଅଧିକାରୀମାନେ ତୁରନ୍ତ ଚେୟାର ହଟେଇ ସୋଫା ପକାଇବା ବ୍ୟବସ୍ଥା ଗ୍ରହଣ କରିଥିଲେ । ବିନୟ କୁମାର ଆଜି ଦିଲ୍ଲୀର ୨୨ତମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ।

BjdElectrycity

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ଶପଥ ପାଠ କରାଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ କ୍ୟାବିନେଟ ସଦସ୍ୟ, ବିଧାନସଭା ଅଧ୍ୟକ୍ଷ ଓ ସମସ୍ତ ଏମପି ଉପସ୍ଥିତ ଥିଲେ । ଅନୀଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେବା ପରେ ବିନୟ କୁମାରଙ୍କୁ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।

Leave A Reply

Your email address will not be published.