Latest Odisha News

BREAKING NEWS

କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ମହାମାରୀ ଭ୍ୟାକ୍ସିନ କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ ମିଳିଛି । ଏହା ଦ୍ୱାରା ଜର୍ମାନୀ ଯାଉଥିବା ଭାରତୀୟମାନଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ ୧ରୁ ଆଉ ଭ୍ୟାକ୍ସିନ ସାର୍ଟିଫିକେଟ ଦେବା ଜରୁରୀ ହେବ ନାହିଁ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିକ୍ସିନ ଯୋଗାଣ ଉପରେ କଟକଣା ଲଗାଇଥିଲେ । ଏହାକୁ ଆହୁରି ଅପଗ୍ରେଡ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ହୁ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏବେ କୋଭାକ୍ସିନକୁ ବିଭିନ୍ନ ଦେଶରେ ଅନୁମତି ପ୍ରଦାନ କରାଯାଉଛି ।

ଆମେରିକାର ଏଫଡିଏ ମଧ୍ୟ ଏହା ଉପରେ ଲଗାଇଥିବା କଟକଣା ଉଠାଇ ଦେଇଛି । କରୋନା ମହାମାରୀ ମୁକାବିଲାରେ ଭାରତର ଏହି ଟୀକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଟୀକା ବ୍ୟବହାର ଯୋଗୁ ଭାରତରେ କରୋନା ହାର କମିଥିଲା ।

Leave A Reply

Your email address will not be published.