Latest Odisha News

ଓୟୁଏଟିର ପୂର୍ବତନ ଡିନ୍ ଜଗନ ମୋହନ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ଓୟୁଏଟିର ପୂର୍ବତନ ଡିନ୍ ଡକ୍ଟର ଜଗନ ମୋହନ ଶତପଥୀଙ୍କ ପରଲୋକ । ସୂର୍ଯ୍ୟନଗର ସ୍ଥିତ ବାସଭବନରେ ତାଙ୍କର ଆଜି ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଏହାସହ ଅବସର ପରେ ସାଧାରଣ ଜୀବନ ଯାପନ କରୁଥିଲେ । ବିୟୋଗ ପରେ ଏକମାତ୍ର ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଆନ୍ଧ୍ରପ୍ରଦେଶ ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକ ହାସଲ କରିଥିଲେ ଡକ୍ଟର ଜଗନ ମୋହନ ଶତପଥୀ । ଏବଂ ଓୟୁଏଟିରୁ ଜଣେ ଶିକ୍ଷକ ଭାବେ ନିଜର ବୃତ୍ତିଗତ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ କୃଷି ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ପ୍ରଫେସର ଏଣ୍ଟୋମୋଲୋଜିରୁ ଡିନ୍ ରିସର୍ଚ୍ଚ ଭାବେ ଅବସର ନେଇଥିଲେ । ଅବସର ପରେ କେତେକ କୃଷି ଭିତ୍ତିକ ସଂସ୍କାର ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିଥିଲେ । ତାଙ୍କର ୧୦୦ରୁ ଅଧିକ ପତ୍ରିକା ପ୍ରକାଶ ପାଇଛି । ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ୨୦୧୨ ମସିହାରେ ଓୟୁଏଟି ତରଫରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.