Latest Odisha News

BREAKING NEWS

ରକ୍ତ ରଞ୍ଜିତ ହେଲା ରାଜଧାନୀ, ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି ପୋଲିସ ।

ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ ବଚଶା ହୋଇଥିଲା । ଯାହାକୁ ନେଇ ଜଣେ ଅନ୍ୟ ଜଣଙ୍କୁ ପଥରେ ଛେଚି ନୃଶଂସ ଭାବେ ହତ୍ୟା କରିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ତେବେ କେଉଁଥି ପାଇଁ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।

Leave A Reply

Your email address will not be published.