Latest Odisha News

BREAKING NEWS

ରାଷ୍ଟ୍ରୀୟ ସମ୍ମାନ ପାଇଁ ଡା. ସୂର୍ଯ୍ୟମଣି ବେହେରା ମନୋନୀତ

ଭୁବନେଶ୍ୱର: ପ୍ରାଧ୍ୟାପକ ତଥା ଲୋକପ୍ରିୟ ବିଜ୍ଞାନ ଲେଖକ ଡା. ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରାଯିବ।

ମିଳିଥିବା ସୂଚନା ଅନୁସାରେ,ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଫେବୃଆରୀ ୨୮ଜାତୀୟ ବିଜ୍ଞାନ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ପ୍ରିଣ୍ଟ ମିଡିଆ, ପୁସ୍ତକ ଓ ମାଗାଜିନ୍ ରେ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ବିଦ୍ୟା ପ୍ରୟୋଗ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ମନୋନୀତ କରାଯିବ।

ପୁରସ୍କାର ସ୍ବରୂପ ତାଙ୍କୁ ଦୁଇ ଲକ୍ଷ ଟଙ୍କା, ଏକ ମୋମେଣ୍ଟ ଏବଂ ସାଇଟେସନ୍ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Comments are closed.