କର୍ଣ୍ଣାଟକ: ପାକିସ୍ତାନ ସମର୍ଥନରେ ନାରାବାଜି କରୁଥିବା ଦେଶଦ୍ରୋହୀଙ୍କୁ ଘଟଣା ସ୍ଥଳରେ ହିଁ ଗୁଳି କରିବାକୁ ଦାବି କଲେ କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପଟେଲ । ଦେଶ ବିରୋଧରେ ନାରାବାଜୀ କରୁଥିବା ଏବଂ ପାକିସ୍ତାନର ନାରା ଲଗାଉଥିବା ଲୋକଙ୍କୁ ଗୁଳି କରାଯିବା ଆବଶ୍ୟକତା ରହିିଛି । ଭାରତର ଖାଦ୍ୟ, ପାଣି, ଗ୍ରହଣ କରିବ ଏଠି ବସବାସ କରୁଛନ୍ତି । ହେଲେ ପାକିସ୍ତାନ ଜିନ୍ଦାବାଦର ସୋଗ୍ଲାନ ଦେଉଛନ୍ତି । ଏଭଳି ଦେଶଦ୍ରୋହୀ ଏଠି ରହି କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଦେଶରେ ଥିବା ଏଭଳି ଦେଶଦ୍ରୋହିଙ୍କୁ ଘଟଣା ସ୍ଥଳରେ ଗୁଳି କରାଯାଉ ବୋଲି ସେ ଦାବିି କରିଛନ୍ତି । କିଛି ଦିନ ତଳେ ସିଏଏ ବିରୋଧ ରାଲିରେ ଏଆଇଏମଆଇଏମ ନେତା ଅସଦୁର୍ଦ୍ଧିନ ୱବେସିଙ୍କ କାର୍ଯ୍ୟକ୍ରମରେ ଜଣେ ଯୁବତୀ ପାକିସ୍ତାନ ସମର୍ଥନର ନାରାବାଜି ଲଗାଇଥିଲେ । ଏହି ଘଟଣା ପରେ ଉକ୍ତ ଯୁବତୀଙ୍କୁ ଗିରଫ କରାଯାଇ ୧୪ ଦିନିଆ ନ୍ୟାୟିକା ହେପାଜତରେ ରଖାଯାଇଛି ।
BREAKING NEWS
- Paradip Port gets ‘Mega Port’ status:ପାରାଦୀପ ବନ୍ଦରକୁ ମେଗା ପୋର୍ଟ ମାନ୍ୟତା;ପୂର୍ବ ଭାରତର ଏକମାତ୍ର ପୋର୍ଟ…
- ବର୍ଷାରେ ଘର ଭାଙ୍ଗିଛି…ତୁରନ୍ତ ନୂଆ ଘର ମିଳିବ
- ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
- ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ
- Shree Jagannath Temple Land Settlement:ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବନ୍ଦୋବସ୍ତ ପାଇଁ ଇ-ପୋର୍ଟାଲର ହେବ ବିକାଶ; ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
- ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ

Comments are closed.