Latest Odisha News

BREAKING NEWS

ଦେଶଦ୍ରୋହୀଙ୍କୁ ଗୁଳି କରାଯାଉ: ବିସି ପାଟେଲ

କର୍ଣ୍ଣାଟକ: ପାକିସ୍ତାନ ସମର୍ଥନରେ ନାରାବାଜି କରୁଥିବା ଦେଶଦ୍ରୋହୀଙ୍କୁ ଘଟଣା ସ୍ଥଳରେ ହିଁ ଗୁଳି କରିବାକୁ ଦାବି କଲେ କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପଟେଲ । ଦେଶ ବିରୋଧରେ ନାରାବାଜୀ କରୁଥିବା ଏବଂ ପାକିସ୍ତାନର ନାରା ଲଗାଉଥିବା ଲୋକଙ୍କୁ ଗୁଳି କରାଯିବା ଆବଶ୍ୟକତା ରହିିଛି । ଭାରତର ଖାଦ୍ୟ, ପାଣି, ଗ୍ରହଣ କରିବ ଏଠି ବସବାସ କରୁଛନ୍ତି । ହେଲେ ପାକିସ୍ତାନ ଜିନ୍ଦାବାଦର ସୋଗ୍ଲାନ ଦେଉଛନ୍ତି । ଏଭଳି ଦେଶଦ୍ରୋହୀ ଏଠି ରହି କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଦେଶରେ ଥିବା ଏଭଳି ଦେଶଦ୍ରୋହିଙ୍କୁ ଘଟଣା ସ୍ଥଳରେ ଗୁଳି କରାଯାଉ ବୋଲି ସେ ଦାବିି କରିଛନ୍ତି । କିଛି ଦିନ ତଳେ ସିଏଏ ବିରୋଧ ରାଲିରେ ଏଆଇଏମଆଇଏମ ନେତା ଅସଦୁର୍ଦ୍ଧିନ ୱବେସିଙ୍କ କାର୍ଯ୍ୟକ୍ରମରେ ଜଣେ ଯୁବତୀ ପାକିସ୍ତାନ ସମର୍ଥନର ନାରାବାଜି ଲଗାଇଥିଲେ । ଏହି ଘଟଣା ପରେ ଉକ୍ତ ଯୁବତୀଙ୍କୁ ଗିରଫ କରାଯାଇ ୧୪ ଦିନିଆ ନ୍ୟାୟିକା ହେପାଜତରେ ରଖାଯାଇଛି ।

Leave A Reply

Your email address will not be published.