Latest Odisha News

BREAKING NEWS

ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନୀ ପୁସ୍ତକ ‘ହୃଦୟର ମଣିଷ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଡାକ୍ତର ତଥା ଲେଖକ ଯଦୁନାଥ ପ୍ରସାଦ ଦାସଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପ୍ରସନ୍ନ କୁମାର ବରାଳଙ୍କ ଦ୍ଵାରା ଲିଖିତ ସ୍ଵର୍ଗତଃ ଦାସଙ୍କ ଜୀବନୀ ପୁସ୍ତକ “ହୃଦୟର ମଣିଷ” ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା, ଆର ବାଲାକ୍ରିଷ୍ଣନ୍, ପୂର୍ବତନ ଭାରତୀୟ କୂଟନୀତିଜ୍ଞ ତଥା ଭାରତର ବୈଦେଶିକ ସଚିବ ଲଲିତ ମାନସିଂହ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

‘ମାନବ ସେବା ହିଁ ମାଧବ ସେବା’ ଉକ୍ତିକୁ ଜୀବନର ଥିଲା ମୂଳମନ୍ତ୍ର ଭାବରେ ଆପଣେଇ ନେଇଥିବା ସ୍ବର୍ଗତ ଦାସ ଜଣେ ସୁପ୍ରସିଦ୍ଧ, ସୁପ୍ରତିଷ୍ଟିତ ହୃଦରୋଗ ବିଶେଷଜ୍ଞ ଥିଲେ ମଧ୍ୟ ତାଙ୍କୁ ଗର୍ବ ଓ ଅହଂକାର ଛୁଇଁ ପାରିନଥିଲା । କେବଳ ସେତିକି ନୁହେଁ ପେଷାରେ ଜଣେ ଡାକ୍ତର ହୋଇଥିବା ବେଳେ ନିଶା ଥିଲା ଚିତ୍ରକଳା ଓ ପୁସ୍ତକ ଲେଖା । ଏକା ଧାରରେ ଜଣେ ଡାକ୍ତର, ନିଖୁଣ ଚିତ୍ରକର ଓ ଲେଖକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ, ସମାଜସେବୀ ଗାୟତ୍ରୀ ଦାସ, ସୁପୁତ୍ର ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.