Latest Odisha News

BREAKING NEWS

‘ଫାଇଭ ଫିଙ୍ଗର ପଲିସି’ କୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କି ଡ୍ରାଗନ ସରକାର?

ନୂଆଦିଲ୍ଲୀ: ଭାରତର ପଡୋଶୀ ତଥା ବନ୍ଧୁ ଦେଶ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ଭାରତ ଗସ୍ତ ଶେଷ ହୋଇଛି । କିନ୍ତୁ ଭାରତର ଚିନ୍ତା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତାଙ୍କର ଭାରତ ଗସ୍ତରୁ ଅନେକ ଅର୍ଥ ଅନୁମାନ କରାଯାଉଛି । ଭୁଟାନ ରାଜା ଏକ ସମୟରେ ଭାରତ ଆସିଥିଲେ ଯେତେବେଳେ ଚୀନ୍ ସହିତ ଭୁଟାନର ସୀମା ବିବାଦର ଶୀଘ୍ର ସମାଧାନ ପାଇଁ ପାରସ୍ପରିକ ପଦକ୍ଷେପ ନିଆଯାଇଥିଲା । ବାସ୍ତବରେ ଚୀନ୍ ଏବଂ ଭୁଟାନ ସୀମା ବିବାଦରେ ଛନ୍ଦି ହୋଇପଡିଛନ୍ତି । ୧୯୮୪ ମସିହାରୁ ଦୁଇ ଦେଶ ମଧ୍ୟରେ ଏହି ବିବାଦ ଉପରେ ଆଲୋଚନା ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୫ ଥର ହେବ ଏହି ଆଲୋଚନା ଅନୁଷ୍ଠିତ ହୋଇସାରିଛି ।

BjdElectrycity

ଉତ୍ତର ଏବଂ ପଶ୍ଚିମ ହିମାଳୟ ଅଞ୍ଚଳରେ ସୀମାକୁ ନେଇ ଭୁଟାନ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି । ଏଥିରେ ଡୋକଲାମ ଅଞ୍ଚଳ ବେଶି ଗୁରତ୍ବପୂର୍ଣ୍ଣ ଅଟେ, କାରଣ ଚୀନ, ଭାରତ ଏବଂ ଭୁଟାନ ଏହି ଅଞ୍ଚଳ ଦାବି କରିଆସୁଛନ୍ତି । ବର୍ତ୍ତମାନ ଚୀନ୍ ଏବଂ ଭୁଟାନ ପାରସ୍ପରିକ ସୀମା ବିବାଦକୁ ଯଥାଶୀଘ୍ର ସମାଧାନ କରିବାକୁ ଚାହୁଁଛନ୍ତି । ଉଭୟ ଦେଶର ଏହି ନିଷ୍ପତ୍ତି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଚୀନ୍, ଭୁଟାନ ସହିତ ମିଶି ଏହାର ନେତା ମାଓ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛି ‘ଫାଇଭ ଫିଙ୍ଗର ପଲିସି’ ବିଷୟରେ ମାଓଙ୍କର ଏକ ସ୍ୱପ୍ନ ଥିଲା, ଯାହା ବର୍ତ୍ତମାନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପୂରଣ କରିବାକୁ ଚାହୁଁଛନ୍ତି ।

୧୯୪୦ ମସିହାରେ ମାଓ ଚୀନ୍‌ର ସର୍ବଶ୍ରେଷ୍ଠ ନେତା ଥିଲେ । ମାଓ ବିଶ୍ୱାସ କରୁଥିଲେ ଯେ ତିବ୍ଦତ ଏବଂ ଏହାର ସମ୍ପୃକ୍ତ ଅଞ୍ଚଳ ଚୀନ୍ ସାମ୍ରାଜ୍ୟର ଏକ ଅଂଶ । ସେମାନେ ଚୀନ୍ ସହିତ ସେହି ଅଞ୍ଚଳଗୁଡିକୁ ପୁନଃମିଳିତ କରିବାକୁ ଚାହୁଁଥିଲେ, ଯଦିଓ ବର୍ତ୍ତମାନର ଚୀନ୍ ସରକାରଙ୍କ ନୀତି ମାଓଙ୍କ ନୀତି ସହିତ ମେଳ ଖାଉଛି । ମାଓ ଲଦାଖ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଭୁଟାନ ଏବଂ ନେପାଳକୁ ଚୀନ୍‌ର ପାଞ୍ଚ ଆଙ୍ଗୁଳି ବୋଲି ବର୍ଣ୍ଣନା କରିଛନ୍ତି ।
ଭାରତ ଏବଂ ଭୁଟାନର ଐତିହାସିକ, ପାରମ୍ପାରିକ, ସାଂସ୍କୃତିକ, ଭୌଗୋଳିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହିଛି । ଭୁଟାନର ବିକାଶରେ ଭାରତ କୋଟି କୋଟି ଟଙ୍କା ବିନିଯୋଗ କରିଛି ।
ତେବେ ଅତିଥି ରାଜା ୱାଙ୍ଗଚୁକ ଆଠ ଦିନିଆ ଭାରତ ଗସ୍ତରେ ଆସି ପ୍ରଥମେ ଆସାମରେ ପହଞ୍ଚିଥିଲେ । ଗୌହାଟୀ ବିମାନ ବନ୍ଦରରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସ୍ବାଗତ କରିଥିଲେ । ଏହାପରେ ସେ ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିର ଓ ନିଳାଚଲ ହିଲ୍‌ ପରିଦର୍ଶନ କରିବା ପରେ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ୟ ଜଙ୍ଗଲ ସଫାରିର ଅନୁଭବ ନେଇଥିଲେ । ଏହାପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଦୁଇ ଦେଶର ଏକାଧିକ ମିଳିତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.