Latest Odisha News

BREAKING NEWS

ନୂଆବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ: ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।  ଏମାନଙ୍କ ମଧ୍ୟରେ ରହିଛନ୍ତି ବି ରାଧୀକ, ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରବାଣେ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଷଡ଼ଙ୍ଗୀ । ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିଲେ। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Leave A Reply

Your email address will not be published.