Latest Odisha News

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଢେଉ ମାରୁଛି ନଳା ପାଣି । ଆଜି ସକାଳୁ କାକୁଡି ଖାଇଙ୍କ ମନ୍ଦିର ପଟରୁ ଏହି ନଳା ପାଣି ଭାସି ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜମା ହୋଇଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭକ୍ତ ମାନେ । ସେହି ନଳା ପାଣି ପାଦରେ ମାଡି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ।

ତେବେ ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନିତି ଚାଲିଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେପଟେ ପେଜ ସ୍ରୋତକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ ।

ସବୁଠାରୁ ବଡକଥା ହେଉଛି ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ହୋଇନାହାନ୍ତି । ସେପଟେ ଏହାକୁ ନେଇ ସେବାୟତ ମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ନୀତି କାନ୍ତି ପାଇଁ ଯାଉଥିବା ସେବାୟତ ପ୍ରଶାସନର ଦାୟିତ୍ୱ ହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l

Comments are closed.