Latest Odisha News

BREAKING NEWS

ସାମ୍ବାଦିକ ସମ୍ମିଳନୀ ବେଳେ ସିନେ ଇଣ୍ଡଷ୍ଟ୍ରିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗକୁ ନେଇ ଶ୍ରୀଧର ମାର୍ଥା ନାମକ ଜଣେ ପ୍ରଯୋଜକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ମାତ୍ରେ ପ୍ରଯୋଜକ ସଞ୍ଜୟ ନାୟକ ତାଙ୍କ ସମର୍ଥକଙ୍କ ସହ ସଂପୃକ୍ତ ହୋଟେଲକୁ ଆସିଥିଲେ। ଏହାପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସହିଦ ନଗର ଥାନା ପୁଲିସର ଏକ ଟିମ୍ ହୋଟେଲରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ (ୟୁସିସିସି) ବ୍ୟାନରରେ ସେମାନେ ଏହି ସାମ୍ବାଦିକ ସମ୍ମିଳନୀ ଆଯୋଜନ କରିଥିଲେ। ମୁଁ ୟୁସିସିସିର ସଦସ୍ୟ ହୋଇଥିବାରୁ ମୁଁ ଆସି ଦେଖିଲି ଯେ, ଓଡ଼ିଶା ପ୍ରଯୋଜକ ସଂଘ ଏକ ବେଆଇନ ସଂସ୍ଥା ଦ୍ୱାରା ଏହି ବୈଠକର ଆୟୋଜନ କରାଯାଉଛି ବୋଲି ସଞ୍ଜୟ ନାୟକ କହିଛନ୍ତି। ଏବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି ସେ ସ୍ପଷ୍ଟୀକରଣ ରଖିଛନ୍ତି।

ସଞ୍ଜୟ ନାୟକଙ୍କୁ ସାମ୍ବାଦିକ ସମ୍ମିଳନୀକୁ ଡକାଯାଇନଥିଲା। ସେମାନେ ଆସି ଗଣ୍ଡଗୋଳ କରିଥିଲେ। ଆମ ବିରୋଧରେ ଅନେକ ଅଭିଯୋଗ ଆଣିବା ପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ପ୍ରଯୋଜକ ଶ୍ରୀଧରା ମାର୍ଥା ଏହା କହିଛନ୍ତି। ଯେହେତୁ ସଞ୍ଜୟଙ୍କ ସହ ବିବାଦ ରହିଛି ତେଣୁ ତାଙ୍କୁ କାହିଁକି ପ୍ରେସମିଟ୍ ବା ସାମ୍ବାଦିକ ସମ୍ମିଳନୀକୁ ଡକାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍କଳ ସିନେ ଚ୍ୟାମ୍ବର୍ସରେ ଅନେକ ଅନିୟମିତତା ହୋଇଥିବା କଟକ ପୁରୀଘାଟ ଥାନାରେ ସଞ୍ଜୟ ନାୟକଙ୍କ ସମେତ କିଛି ପ୍ରଯୋଜକ ଏକାଠି ହୋଇ ଏତଲା ଦେଇଥିଲେ। ତିନି କୋଟିରୁ ଅଧିକ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା ପରେ ଆଜି ପ୍ରତିପକ୍ଷ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

Leave A Reply

Your email address will not be published.