Latest Odisha News

BREAKING NEWS

ଅଞ୍ଜୁ ପରେ ଭାଇରାଲ ହେଲା ସୀମା ହାଇଦରର ଭିଡିଓ: ଲୋକେ କହିଲେ ‘ଗଦର-୨’

ନୂଆଦିଲ୍ଲୀ: ଅଞ୍ଜୁ ପରେ ଭାଇରାଲ ସୀମା ହାଇଦରଙ୍କ ଭିଡିଓ । ଗଦର ୨ ରିଲିଜ ହେବା ପୂର୍ବରୁ ଲୋକେ ପାକିସ୍ତାନ ମହିଳା ଏବଂ ହିନ୍ଦୁ ଯୁବକଙ୍କ ରିଅଲ ଲଭ ଷ୍ଟୋରି ଦେଖିବାକୁ ପାଇଛନ୍ତି । ନଏଡାର ସଚିନ ମୀଣା ଏବଂ ତାଙ୍କର ପାକିସ୍ତାନୀ ପ୍ରେମିକା ସୀମା ହାଇଦରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସଶସ୍ତ୍ର ସୀମା ବଳ ଏବଂ ପୋଲିସ ଏହି ପାକିସ୍ତାନୀ ମହିଳାଙ୍କ ବିଷୟରେ ଖୁଫିଆ ଏଜେନ୍ସିକୁ ରିପୋର୍ଟ ମାଗିଛିନ୍ତି ।
ସୀମା ବେଆଇନ ଭାବେ ନେପାଳ ଦେଇ ଭାରତକୁ ପ୍ରବେଶ କରିଚି । ଦୀର୍ଘଦିନ ଧରି ନଏଡାରେ ନିଜ ୍ରପ୍ରେମିକ ପାଖରେ ରହୁଥିଲା । ଇତି ମଧ୍ୟରେ ସୀମା ହାଇଦରର ଏକ ପୁରୁଣା ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖିବା ପରେ ଲୋକେ ଖୁବ କମେଣ୍ଟ କରିଛନ୍ତି ।
ସୀମା ହାଇଦରର ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ମାଧୁରୀ ଦୀକ୍ଷିତ ଗୀତ “ଗଲେ ମେଁ ଲାଲ ଟାଇ,ଘର ମେ ଏକ ଚାରପାଇ’ରେ ଧୁମ ଡ୍ୟାନ୍ସ କରିଛି । ଏହି ଭିଡିଓରେ ସୀମାର ଡ୍ୟାନ୍ସ ଏବଂ ତାର ଏକ୍ସପ୍ରେସନ ଦେଖିବା ପରି ହୋଇଛି । ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେମିତି ସୀମାର ଡ୍ୟାନ୍ସ ପ୍ରତି ବେଶ ରୁଚି ରହିଛି । ଏହି ଗୋଟିଏ ନୁହେଁ, ସୀମାର ଏହିପରି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.