Latest Odisha News

BREAKING NEWS

ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଫେବୃଆରୀ ୩ ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଆରମ୍ଭ ହୋଇଛି । କାରଣ ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି, ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ମୁର୍ମୁ ଯାଜପୁର ଜିଲ୍ଲା ଗସ୍ତ କରିବେ । ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଉଛି ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛି । ଏଥିପାଇଁ କେବଳ ମା’ ବିରଜାଙ୍କ ମନ୍ଦିର ନୁହେଁ ବରଂ ଅବହେଳିତ ସ୍ଥିତିରେ ଥିବା ଯାଜପୁର ସହରର ମୁଖ୍ୟ ରାସ୍ତାଘାଟଗୁଡ଼ିକ ସଜଡ଼ାଯାଉଛି। ଦିନରାତି ରାସ୍ତା ମରାମତି ଓ ଅଳିଆ ଉଠା କାମରେ ଶ୍ରମିକ ଲାଗିଛନ୍ତି ।

ଭିଭିଆଇପିଙ୍କ ପାଇଁ ସୁରକ୍ଷିତ ଏୟାର ସ୍ପେସ ତିଆରି କରିବା ଉଦ୍ଦେଶ୍ୟ ନେଇ ୧ ଫେବୃଆରୀ ରବିବାର ସକାଳ ଠାରୁ ୩ ଫେବୃଆରୀ ମଙ୍ଗଳବାର ମଧ୍ୟାହ୍ନ ଯାଏ କୌଣସି ବ୍ୟକ୍ତିବିଶେଷ, ଗଣମାଧ୍ୟମ ସଂସ୍ଥା କିମ୍ବା ପ୍ରାଇଭେଟ୍ ସଂସ୍ଥା ଦ୍ୱାରା ଡ୍ରୋନ, ପାରାଗ୍ଲାଇଡର, ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି ।

Leave A Reply

Your email address will not be published.