Latest Odisha News

BREAKING NEWS

ବୁମରାହ ଏବେ ବି ଟି୨୦ ବିଶ୍ୱକପ ଦଳରୁ ବାହାରି ନାହାନ୍ତି: ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଯଶ୍ରପ୍ରୀତ ବୁମରାହଙ୍କୁ ନେଇ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ବୁମରାହ ଏବେ ଏନସିଏରେ ଅଛନ୍ତି । ତାଙ୍କ ଫିଟନେସ ନେଇ ଅଫିସିଆଲ ରିପୋର୍ଟ ଆସିନି । ଏବେ ବି ସେ ଟି୨୦ ବିଶ୍ୱକପ ଦଳରୁ ବାଦ ପଡି ନାହାନ୍ତି ବୋଲି ଦ୍ରାବିଡ କହିଛନ୍ତି । ତାଙ୍କର ଏହି ବୟାନ ପରେ ପ୍ରଶଂସକମାନେ ବୁମରାହଙ୍କ ବିଶ୍ୱକପରେ ଖେଳିବା ନେଇ ଆଶାୟୀ ହୋଇ ପଡିଛନ୍ତି । ପିଠି ସମସ୍ୟା ଯୋଗୁ ତାଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ବୁମରାହଙ୍କ ମେଡିକାଲ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ରବୀନ୍ଦ୍ର ଜାଡେଜାଙ୍କ ପରେ ବୁମରାହ ବିଶ୍ୱକପ ଦଳରୁ ବାଦ ପଡିବା ପରେ ଟିମ କମ୍ବିନେଶନ ନେଇ ବିସିସିଆଇ ଚିନ୍ତାରେ ପଡିଛି । ବୁମରାହଙ୍କୁ କୌଣସି ମୋତେ ହାତଛଡା କରିବାକୁ ଟିମ ଚାହୁଁନି ।

Leave A Reply

Your email address will not be published.