Latest Odisha News

୨୦୦୭ରେ ଡ୍ରାଭିଡ ୱେଷ୍ଟଇଣ୍ଡିଜରେ କାନ୍ଦିଥିଲେ, ସେଠାରେ ଭାରତ ଜିତିଲା ଟି୨୦ ବିଶ୍ୱକପ

କିଙ୍ଗଷ୍ଟନ ଓଭାଲ: ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଖେଳା ଯାଇଥିଲା । ସେ ସମୟର ରାହୁଲ ଡ୍ରାଭିଡ ଭାରତ ନେତୃତ୍ୱ ନେଉଥିଲେ । ଷ୍ଟାର ଖେଳାଳିରେ ଭରପୂର ଟିମ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ସବୁ ଦୋଷ ଡ୍ରାଭିଡଙ୍କ ନେତୃତ୍ୱ ଉପରେ ଲଦି ଦିଆ ଯାଇଥିଲା । ସେ ମନ ଦୁଃଖରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଭାରତର ଏହି ମହାନ ଖେଳାଳି ଏହା ପରଠାରୁ ତାଙ୍କ କ୍ରିକେଟ କ୍ୟାରିୟର କୌଣସି ଆଇସିସି ବିଜେତା ଟିମର ସଦସ୍ୟ ହୋଇପାରି ନ ଥିଲେ । ଏବେ ତାଙ୍କ ସ୍ୱପ୍ନ ରୋହିତ ଶର୍ମା ସାକାର କରିଛନ୍ତି । ସେହି ୱେଷ୍ଟଇଣ୍ଡିଜ ମାଟିରେ ୨୦୨୪ ଟି୨୦ ବିଶ୍ୱକପ ଜିତି କୋଚ ଡ୍ରାଭିଡଙ୍କୁ ସେ ସବୁଠାରୁ ସମ୍ମାନଜନକ ଉପହାର ପ୍ରଦାନ କରିଛନ୍ତି ।

ରୋହିତ ମଧ୍ୟ ଡ୍ରାଭିଡଙ୍କ ନିମନ୍ତେ ପିଚରେ ଜାତୀୟ ପତାକା ପୋତିଥିଲେ । ଡ୍ରାଭିଡ ମଧ୍ୟ ଏଥିନେଇ ରୋହିତଙ୍କୁ ପ୍ରଶଂସା କରିଛନ୍ତି । ସେ ଅନ୍ୟର ସ୍ୱପ୍ନ ସାକାର କରିବା ମଧ୍ୟ ଜାଣନ୍ତି ବୋଲି ଡ୍ରାଭିଡ ତାଙ୍କ ପ୍ରଶଂସାରେ କହିଛନ୍ତି ।

Leave A Reply

Your email address will not be published.