Latest Odisha News

ମ୍ୟାଚ ହାରିବା ପରେ କେ.ଏଲ ରାହୁଲଙ୍କ ପ୍ରସ୍ତୁତ ରହିବାକୁ କହିଲେ ଦ୍ରାବିଡ, ରୋହିତ

ଢାକା: ରବିବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କମ୍ ସ୍କୋର କରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଥିଲା କିନ୍ତୁ ଦଶମ ୱିକେଟ୍ ପାଇଁ ବାଂଲାଦେଶର ମୁସ୍ତାଫିଜୁର ରହମାନ ଏବଂ ମେହେଦି ହସନଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ ଭାରତକୁ ହରାଇ ଦେଇଛି। କିନ୍ତୁ ଟିମ୍ ଇଣ୍ଡିଆର ପରାଜୟର ଦାୟିତ୍ୱ କେବଳ ଏହି ଯୋଡି ନୁହେଁ ବରଂ ଏହାର ଫିଲ୍ଡିଂ । ଯାହାକୁ ନେଇ ଅଧିନାୟକ ରୋହିତ ଶର୍ମା ମଧ୍ୟ ପିଚରେ ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଛି।

ପ୍ରଥମେ ବ୍ୟାଟିଂ କରି କେ.ଏଲ ରାହୁଲଙ୍କ ୭୩ ରନ ଆଧାରରେ ଭାରତ କୌଣସି ପ୍ରକାରେ ୧୮୬ ରନ୍ ସଂଗ୍ରହ କରିଥିଲା। ଏହି ସହଜ ଟାର୍ଗେଟ ଆଗରେ ବାଂଲାଦେଶର ବ୍ୟାଟିଂ ମଧ୍ୟ ଭଲ ଆରମ୍ଭ କରିପାରିନଥିଲା। ଆୟୋଜକମାନେ ଦଳ କେବଳ ୧୩୬ ରନରେ ନଅ ୱିକେଟ୍ ହରାଇଥିଲେ। ଏଠାରୁ ପୁଣି ମିରାଜ ଏବଂ ରହମାନ କିନ୍ତୁ କ୍ରିଜରେ ଛିଡା ହୋଇ ମ୍ୟାଚ ଜିତାଇଇଲେ।

ଜିତିବା ପାଇଁ ଭାରତ ଗୋଟିଏ ୱିକେଟ୍ ଆବଶ୍ୟକ କରୁଥିଲା। ୪୩ ତମ ଓଭରରେ ଶର୍ଦ୍ଦୁାଲ ଠାକୁରଙ୍କ ବଲକୁ ମିରାଜ ଏକ ବଡ଼ ସଟ୍ ଖେଳିଥିଲେ ହେଲେ ବଲଟି କ୍ୟାଚ ଧରିବାର ଥିଲା । ହେଲେ ଏହି ମ୍ୟାଚରେ ୱିକେଟ୍ କିପର ଥିବା କେ.ଏଲ୍ ରାହୁଲ ଏହି କ୍ୟାଚ୍ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ରାହୁଲ ମିରାଜଙ୍କ କ୍ୟାଚ୍ ଛାଡିବା ମାତ୍ରେ ରୋହିତ ଶର୍ମା ଅସନ୍ତୋଷ ଝାଡିଥିବା ଦେଖିବାକୁ ମିଳିଛି। ଏହାପରେ ସମାନ ସୁଯୋଗ ସୃଷ୍ଟି ହୋଇଥିଲା ଏବଂ ଏଥର ୱାଶିଂଟନ୍ ସୁନ୍ଦର କ୍ୟାଚ ଧରିବାକୁ ମଧ୍ୟ ଚେଷ୍ଟା କରିନଥିଲେ ଏବଂ ଏହିପରି ଭାବରେ ମିରାଜ ସମାନ ଓଭରରେ ଦୁଇଥର ଜୀବନ ପାଇଥିଲେ।

ଶେଷରେ, ଉଭୟ ଦଳ ପାଇଁ ଗୋଟିଏ ଲେଖାଏଁ ରନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଖରାପ ଫିଲ୍ଡିଂ ପାଇଁ ଶେଷରେ ବାଂଲାଦେଶ ବିଜୟୀ ହୋଇଥିଲା।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ ଟିମ୍ ମ୍ୟାନେଜମେଣ୍ଟ (ଅଧିନାୟକ ରୋହିତ, କୋଚ୍ ରାହୁଲ) ତାଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

Leave A Reply

Your email address will not be published.