Latest Odisha News

BREAKING NEWS

ବସକୁ ଅପେକ୍ଷା କରିଥିଲେ ଯାତ୍ରୀ, ଦଳିଦେଲା ଟ୍ରକ

ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍‌।  ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।  ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରବିବାର ଟ୍ରକଟି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ ତାହାର ଚକା ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଟ୍ରକ ଉପରୁ ନିୟନ୍ତ୍ରଣ ହରାଇ ଥିଲା । ନିକଟରେ ଏକ  ବସ୍‌ ଷ୍ଟପ୍‌ ଥିଲା ଏବଂ ସେଠାରେ ଅନେକ ଯାତ୍ରୀ ବସକୁ ଅପେକ୍ଷା କରିଥିଲେ । ନିୟନ୍ତ୍ରଣ ହରାଇ  ଟ୍ରକଟି ସିଧା  ଅପେକ୍ଷାରତ  ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଆହତମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ଜିଲ୍ଲାପାଳ ନରେନ୍ଦ୍ର ସୂର୍ଯ୍ୟବଂଶୀ ଏବଂ ଏସପି  ପହଞ୍ଚି ଯାଞ୍ଚ କରିଛନ୍ତି । 

Leave A Reply

Your email address will not be published.