Latest Odisha News

BREAKING NEWS

DRDO ତଥ୍ୟ ଲିକ୍ ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ମହିଳାଙ୍କୁ ନେଇ ଅଧିକ ତଦନ୍ତ ଜାରି ରଖିଛି । କିଏ ସେହି ମହିଳା ? କେଉଁଠାରେ ରୁହନ୍ତି ? ଭାରତରେ ନା ବିଦେଶରେ ? ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସହ ବ୍ରିଟେନ ନମ୍ବରରୁ କଥା ହେଉଥିଲେ । ବିଦେଶ ଲିଙ୍କ ବାହାରିଥିବାରୁ ତାଙ୍କୁ ଠାବ ପାଇଁ ଇଣ୍ଟରପୋଲ ସହାୟତା ନିଆଯିବ । ଫୋନ୍ ନମ୍ୱର ସହିତ ବ୍ୟାଙ୍କ ଆକାଉଣ୍ଟର ବିଦେଶ ଲିଙ୍କ ରହିଛି । କାରଣ ଦୁବାଇରୁ ଜଣେ ଅଭିଯୁକ୍ତ ପାଖକୁ ଟଙ୍କା ଆସିଥିଲା ।

ମହିଳା ବିଦେଶରୁ ରହି ଅପରେଟ୍ କରୁଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ୍ ଠାବ କରାଯାଇଥିବା ସୂଚନା ମିଳିଛି । ନିକଟରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିଥିବା କ୍ରାଇମବ୍ରାଞ୍ଚ ।

ପଚରାଉଚରା ବେଳେ ଅନେକ ତଥ୍ୟ ସାମନାକୁ ଆସିଥିଲା । ଏପରିକି ମହିଳା ଜଣେ ଅଭିଯୁକ୍ତର ମୋବାଇଲକୁ ହ୍ୟାକ୍ କରି ନେଇଥିଲେ । ନୂଆ ସିମ୍ କିଣିବାକୁ କହି ଓଟିପି ଜରିଆରେ ମୋବାଇଲକୁ ହ୍ୟାକ୍ କରିଥିଲେ ରହସ୍ୟମୟୀ । ବର୍ତ୍ତମାନ ତାଙ୍କୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

Leave A Reply

Your email address will not be published.