ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସଫଳତାର ସହ ଏକ ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ହାଇ-ସ୍ପିଡ୍ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣର ସଫଳ ପରିଚାଳନା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO, IAF, ADA, HAL ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରୀକ୍ଷଣ ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି (ADA) ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ସହଯୋଗରେ କରାଯାଇଥିଲା ।
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଦ୍ବାରା ସଫଳ ପରୀକ୍ଷଣ ହୋଇଥିବା ଏହି ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ହାଇ-ସ୍ପିଡ୍ ରକେଟ୍ ସ୍ଲେଡ୍ ଲଢ଼ୁଆ ପାଇଲଟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କ୍ଷମତାକୁ ପୃଷ୍ଟି କରିଛି ।
ଚଣ୍ଡିଗଡ଼ର ଟର୍ମିନାଲ ବାଲିଷ୍ଟିକ୍ସ ରିସର୍ଚ୍ଚ ଲାବୋରେଟୋରୀ (TBRL) ର ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ (RTRS) ସୁବିଧାରେ DRDO ୮୦୦ କିଲୋମିଟର/ଘଣ୍ଟାର ସଠିକ ନିୟନ୍ତ୍ରିତ ବେଗରେ ଏହାକୁ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ କ୍ୟାନୋପି ସେଭେରାନ୍ସ, ଇଜେକ୍ସନ୍ ସିକୋଏନ୍ସିଭିଙ୍ଗ୍ ଏବଂ ସମ୍ପୂର୍ଣ୍ଣ ଏୟାରକ୍ରୁ ରିକିଭରିକୁ ବୈଧ କରିଛି ।