Latest Odisha News

BREAKING NEWS

ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ବଢିବ ସେନାର ଶକ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା କୁର୍ନୁଲ ଫାୟାରିଂ ରେଞ୍ଜରୁ ବୁଧବାର ଦିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ବିହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ (ଏମପି-ଏଟିଜିଏମ୍)ର ସଫଳ ପରୀକ୍ଷଣ ହୋଇଛି ।

BjdElectrycity

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଅତ୍ୟନ୍ତ ହାଲୁକା ହୋଇଥିବାରୁ ଜଣେ ବ୍ୟକ୍ତି ଅତି ସହଜରେ ଏହାକୁ ପରିବହନ କରିପାରିବ ।

ମିଳିଥିବା ସୂଚନାନୁଯାୟୀ କୁର୍ନୁଲ ଫାୟାରିଂ ରେଞ୍ଜରେ ଥିବା ଏକ ଟ୍ୟାଙ୍କର୍ ପ୍ରତିକୃତିକୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରି ଧ୍ୱଂସ କରିଦେଇଥିଲା ।

ଏହାର ଓଜନ ମାତ୍ର ୧୪ କିଗ୍ରା. ହୋଇଥିବା ବେଳେ ମିସାଇଲଟି ସର୍ବାଧିକ ୨.୫ କିମି. ଯାଏଁ ଲକ୍ଷ୍ୟଭେଦ କରିପାରିବ ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଏହା ଶତ୍ରୁପକ୍ଷ ଟ୍ୟାଙ୍କକୁ ଧ୍ୱଂସ କରିବା ଲାଗି ସହାୟ ହେବ । ଏହି ମିସାଇଲଟି ଭାରତୀୟ ସେନାର ୩ୟ ପିଢିର ଟ୍ୟାଙ୍କ ପ୍ରତିରୋଧି କ୍ଷେପଣାସ୍ତ୍ରର ଆବଶ୍ୟକତା ପାଇଁ ବିକଶିତ କରାଯାଇଥିବା ନେଇ ଡିଆରଡିଓ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.