Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ବ୍ୟାଙ୍କ ମ୍ୟାନେଜର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍ ଅଫିସ୍, ଦଶମତି ନଗରସ୍ଥିତ ଘର, ନାଲପଡାରେ ଥିବା ଘର, ଭବାନିପାଟଣାସ୍ଥିତ ଝିଅ ଘର ସମେତ ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଥିବା ତାଙ୍କ ଘରେ ମଧ୍ୟ ଚଢାଉ କରି କରିଛି ।

ସମ୍ପୃକ୍ତ ମ୍ୟାନେଜର ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦାଶମତି ନଗରରେ ଥିବା ଘରର ନିର୍ମାଣ ଲାଗି ସେ ୫୦ ଲକ୍ଷ ଟଙ୍କା ଋଣ ଆଣିଛନ୍ତି । ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ କେବେବି ଦୁର୍ନୀତି କରିନାହିଁ ।

Leave A Reply

Your email address will not be published.