ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ କୁରୁଣ୍ଠିଆ ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଉକ୍ତ ଅପରାଧୀ ଜଣକ ରତନ ଦାସ (ଜଗା) ବୋଲି ଜଣାପଡିଛି ।
ସ୍ଥାନୀୟ ଅଞ୍ଚଳରେ ହତ୍ୟା ଉଦ୍ୟମ, ଛିନତାଇ, ଲୁଟ୍ ଆଦି ମାମଲା ଜଗା ନାମରେ ରହିଛି । ଆହୁରି ମଧ୍ୟ ତା’ ନାମରେ ଓଡିଶା, ଗୋଆ ଭଳି ରାଜ୍ୟର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।
ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଗା ଦାଦାବଟି ଆଦାୟ କରୁଥିବା ବେଳେ କିଛି ଲୋକଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା । ଏହି କାରଣରୁ ତାକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ତେବେ ସଠିକ୍ କାରଣ ଜଣାପଡି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରିବା ସହ ଛାନଭିନ୍ ଆରମ୍ଭ କରିଥିବା ସୁତ୍ରରୁ ପ୍ରକାଶ ।
Comments are closed.