ବଲିଉଡ ଅଭିନେତା ରଣବୀର କାପୁରଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବକ ଜୁନୈଦ ଖାନଙ୍କ ଦେହାନ୍ତ ହୋଇଛି । ୨୮ ବର୍ଷର ଏହି କାଶ୍ମୀରର ଯୁବକଙ୍କର ହୃଦଘାତରେ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାପଡିଛି ।
Our old neighbor Nissar Ahmed Shah’s son Junaid passed away due to massive cardiac arrest overnight. People say he was a lookalike of Bollywood actor Ranbir Kapoor.I say he was a big hope, strength & salvation of his ailing father and his mother & that of whole Kashmir. Magfirah! pic.twitter.com/uVVH3UGtnJ
— YusufJameelیوسف جمیل (@jameelyusuf) July 17, 2020
ଜୁନୈଦଙ୍କ ଘର ଶ୍ରୀନଗରର ଇଲାହା ବାଗରେ । ଏହି ଖବରକୁ କାଶ୍ମୀରର ସାମ୍ବାଦିକ ୟୁସୁଫ ଜମିଲ ଟ୍ୱିଟ୍ କରି ଜଣାଇଛନ୍ତି । ୟୁସୁଫ ଲେଖିଛନ୍ତି ଯେ, ‘ଜୁନୈଦ ତାଙ୍କର ପଡୋଶୀ ଥିଲେ । ଯେହେତୁ ସେ ରଣବୀର କାପୁରଙ୍କ ଭଳି ଦେଖିବାକୁ ତେଣୁ ସେ ବେଶ୍ ଲୋକପ୍ରିୟ ମଧ୍ୟ ଥିଲେ । ସେ ତାଙ୍କ ରୋଗୀଣା ବାପା ମାଆଙ୍କ ପାଇଁ ସବୁ କିଛି ଥିଲେ । ’
ଜୁନୈଦ ମୁମ୍ବାଇରେ ରହି ମଡେଲିଂ କରୁଥିଲେ । ସେ ଅନୁପମ ଖେରଙ୍କ ଆକ୍ଟିଂ ସ୍କୁଲରେ ମଧ୍ୟ ନାମ ଲେଖାଇଥିଲେ । ସେଠାରେ ବାପା ମାଆଙ୍କ ସହ ରହୁଥଲେ । ଗତ କିଛି ମାସ ହେଲା ସେ ଶ୍ରୀନଗର ଫେରିଥିଲେ ।
୨୦୧୫ରେ ସୋସିଆଲ ମିଡିଆରେ ଜୁନୈଦଙ୍କ ଫଟୋ ଦେଖି ରଣବୀର କାପୁରଙ୍କ ବାପା ଋଷି କାପୁର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଏ ନେଇ ଏକ ଟ୍ୱିଟରେ ସେ ଲେଖିଥିଲେ ଯେ, ‘ହେ ଭଗବାନ । ମୋ ପୁଅର ବି ଡପ୍ଲୁକେଟ୍ । ’
OMG. My own son has a double!!! Promise cannot make out. A good double pic.twitter.com/iqF7uNyyIi
— Rishi Kapoor (@chintskap) April 16, 2015